mobile header

ମାଲକାନଗିରି ଜିଲ୍ଲା ଖଇରୀପୁଟ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଛଙ୍କି ବଡନାୟକ (ବୟସ ୬୫)ଓ ମାଲକାନଗିରି ସଦର ଡି ଏନ୍ କେ ର ବାସନ୍ତୀ କୂଳଦୀପ (ବୟସ ୬୨) ଆନିମିୟା ରୋଗି ପୀଡିତ ହୋଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇ ଚିକିତ୍ସିତ ହୋଇଥିଲେ । ତେବେ ସେମାନଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ରକ୍ତର ଆବଶ୍ୟକତା ହୋଇଥିବାବେଳେ ଏହି ଖବର ପାଇ ମାଲକାନଗିରି ଜ଼ିଲ୍ଲା ଆରକ୍ଷୀ ବାହିନୀ ହାବିଲଦାର କନେସଟେବୁଲ ସମ୍ପାଦକ ଶ୍ରୀ ଗୁପ୍ତ ପ୍ରସାଦ ମାଝୀ ଓ ମାଲକାନଗିରି ଜ଼ିଲ୍ଲା ମା ଗୃହ ଶାନ୍ତି ସେନା ର ସଭାପତି ଅଞ୍ଜୁ କୁଲଦୀପ ଜାଣିବା ପରେ ତୁରନ୍ତ ସେ ବିଜୁ ଜନତା ଦଳର କର୍ମି ତଥା ସମାଜସେବୀ କେ.ରାହୁଲ ଙ୍କୁ ଯୋଗାଯୋଗ କରି ରକ୍ତଦାତା ଯୋଗାଡ଼ କରିବାକୁ କହିଥିବା ବେଳେ ୧୧୯ କଲୋନୀ ର ରମିୟବାଘ ନାମକ ଜଣେ ଯୁବକ ଓ ଜ଼ିଲ୍ଲା ଛାତ୍ର ସମ୍ପାଦକ ସି.ଏଚ.ପ୍ରକାଶ କୁମାର ରକ୍ତ ଦାନ କରିଛନ୍ତି । ଏହିଅବସର ରେ ମାଲକାନଗିରି ଜ଼ିଲ୍ଲା ଆରକ୍ଷୀ ବାହିନୀ ହାବିଲଦାର କନେସଟେବୁଲ ସମ୍ପାଦକ ଶ୍ରୀ ଗୁପ୍ତ ପ୍ରସାଦ ମାଝୀ, ଜ଼ିଲ୍ଲା ଛାତ୍ର ସମ୍ପାଦକ ସି. ଏଚ. ପ୍ରକାଶ କୁମାର ଓ ବି. ବିଭୁତି ଭୁଷଣ ଉପସ୍ତିତ ରହି ରକ୍ତଦାତା ଙ୍କ ମନବଳ ବଢ଼ାଇଥିଲେ ।

Leave A Reply

Your email address will not be published.