ଲିଙ୍ଗରାଜ ମନ୍ଦିର ଆଗରେ ସ୍ୱାମୀକୁ ସ୍ତ୍ରୀର ଶକ୍ତ ଚାପୁଡ଼ା

ପୁରୀ ଜିଲ୍ଲାର ମାନିନୀ(ଛଦ୍ମନାମ) ଭରତପୁର ଅଞ୍ଚଳର ଜଣେ ଯୁବକଙ୍କୁ ଗୁରୁବାର ବିବାହ କରିଥିଲେ । ଶୁକ୍ରବାର ଅପରାହ୍ନରେ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ସନ୍ଧ୍ୟା ୫ଟା ପାଖାପାଖି ଆସି ପହଞ୍ଚିଥିଲେ ଶ୍ରୀଲିଙ୍ଗରାଜ ମନ୍ଦିର । ରଥ ମହାଖଳା ପାଖରେ ବାଇକ ରଖି ପୂଜା ସାମଗ୍ରୀ କିଣିବା ଲାଗି ସ୍ୱାମୀ ଯାଉଥିଲେ । ହେଲେ ପତ୍ନୀ ତାଙ୍କ ସହ ଗଲେନାହିଁ । ସ୍ତ୍ରୀ ପାଖକୁ ଆସି ଅନେକ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କିଛି ନଶୁଣି ମାନିନୀ ସ୍ୱାମୀଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଚାଲିଲେ । ମାଡ଼ ଖାଇବା ସତ୍ତେ୍ୱ ବି ସ୍ୱାମୀ କହୁଥାନ୍ତି ମୁଁ ତୁମ ବିନାବଞ୍ଚି ପାରିବିନାହିଁ । ପ୍ଳିଜ୍‌ ଆସ ମୋ ସହିତ । ରୋକଠୋକ ସାଥିରେ ଯିବାକୁ ମନା କରି ଦେଇଥିଲେ ସ୍ତ୍ରୀ । ଏହିଭଳି ଅଧ ଘଣ୍ଟାରୁ ଅଧିକ ସମୟ ଚାଲିଲା ଡ୍ରାମା । ପରେ ଘଟଣା ସ୍ଥଳକୁ ପ୍ରଥମେ ମାନିନୀଙ୍କ ଭିଣୋଇ ଓ ପରେ ମା’ ମଧ୍ୟ ଆସି ପହଞ୍ଚିଥିଲେ । ସେତେବେଳକୁ ସେଇ ସ୍ଥାନରେ ନିୟୋଜିତ ଥିବା ଜଣେ ମହିଳା ସୁରକ୍ଷା କର୍ମୀ ଶ୍ରୀଲିଙ୍ଗରାଜ ଥାନାକୁ ଏକଥା ଜଣାଇଥିଲେ । ସମସ୍ତଙ୍କୁ ଶ୍ରୀଲିଙ୍ଗରାଜ ଥାନାକୁ ନିଆଯାଇଥିଲା । ଥାନା ଅଧିକାରୀ ଉଭୟ ପକ୍ଷର ଅଭିଭାବକଙ୍କୁ ଡକାଇ ଆଲୋଚନା କରିଥିଲେ । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାର କୌଣସି ନିଷ୍କର୍ସ ବାହାରିନଥିଲା । ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି ଯେ ଆମେ ଉଭୟଙ୍କ ଆପୋସ ସମାଧାନ ପାଇଁ ଚେଷ୍ଟା କରିବୁ ।

Leave A Reply

Your email address will not be published.