xmas

ସାତକୋଶିଆ ଅସ୍ତିତ୍ଵ ହରାଇବା ଆଶଙ୍କା

ଅନୁଗୁଳ ଜିଲ୍ଲାରେ ରହିଛି ମହାନଦୀର ସବୁଠାରୁ ବଡ ଗଣ୍ଡ, ସାତକୋଶିଆ ଗଣ୍ଡ । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ଯୋଗୁଁ ସିଧାସଳଖ ପ୍ରଭାବିତ ହୋଇଛି ସାତକୋଶିଆ ଗଣ୍ଡ । ଦିନେ ଯେଉଁ ଗଣ୍ଡରେ ଅକାତ କାତ ପାଣି ରହୁଥିଲା, ଏବେ ଲଗାତାର ଭାବେ ଜଳସ୍ତର କମୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।

୨୨ କିଲୋମିଟର ବ୍ୟାପୀ ସାତକୋଶିଆ ଗଣ୍ଡରେ ବର୍ଷ ତମାମ ପାଣି ରହିଥାଏ । ୧୯୭୬ ମସିହାରେ ସାତକୋଶିଆ ଅଭୟାରଣ୍ୟ ଘୋଷଣା ହୋଇଥିଲା । ବିଲୁପ୍ତ ଘଡିଆଳଙ୍କ ବଂଶ ବୃଦ୍ଧି ପାଇଁ ୧୯୭୫ ମସିହାରେ ଏଠାରେ ଘଡିଆଳ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଥିଲା । ୨୦୦୬ରେ କୁମ୍ଭୀରମାନଙ୍କ ଚିଡିଆଖାନା ସ୍ଥାପିତ କରାଯାଇଥିଲା । ସାତକୋଶିଆ ଅବବାହିକାରେ ଥିବା ବିସ୍ତୀର୍ଣ୍ଣ ଜଙ୍ଗଲକୁ ମିଶାଇ ୨୦୦୭ରେ ଏହାକୁ ଜାତୀୟ ବ୍ୟାଘ୍ର ପ୍ରକଳ୍ପର ମାନ୍ୟତା ଦେଇଥିଲେ କେନ୍ଦ୍ର ସରକାର । ହେଲେ ଏବେ ଏହି ସାତକୋଶିଆ ଗଣ୍ଡରେ ଧିରେ ଧିରେ ଜଳସ୍ତର କମିବାରେ ଲାଗିଛି । ଏହାର ଓସାର ଓ ଗଭୀରତା ମଧ୍ୟ ହ୍ରାସ ପାଉଥିବା ପରିବେଶବିତ୍ ଅନୁମାନ କରୁଛନ୍ତି ।

ଏହି ଭଳି ଭାବେ ଜଳସ୍ତର କମିଲେ, ସାତକୋଶିଆର ଜୈବ ବିବିଧତା ଓ କୁମ୍ଭୀର ପ୍ରଜନନ ସିଧାସଳଖ ପ୍ରଭାବିତ ହେବ । ଯେଉଁଥିପାଇଁ ସାତକୋଶିଆ ସାରା ବିଶ୍ୱରେ ପରିଚିତ, ଆଗାମୀ ଦିନରେ ତା’ର ଅସ୍ଥିତ୍ୱ ହରାଇବାର ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି

Leave A Reply

Your email address will not be published.