ଦେବଗଡ଼ ୧୪/୫:::: ଦେବଗଡ଼ ପୋୖରାଞ୍ଚଳ ବଣିଆସାହି ଅଷ୍ଟପ୍ରହରି ନାମ ଯଜ୍ଞ ଆଜି ପ୍ରାତଃ ସମୟରୁ ଆରମ୍ଭ ହୋଇଛି। ବଣିଆସାହି ଛକ ଠାରେ ଅନୁଷ୍ଠିତ ଅସ୍ଥାୟୀ ମଣ୍ଡପ ରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ନାମ କୀର୍ତ୍ତନ ଆରମ୍ଭ ହୋଇଥିଲା। ସାରଳା କ୍ଷେତ୍ର ରୁ ଆସିଥିବା ବଟବାବା ଓ ଗଙ୍ଗାଧର ବାବା ପୂଜା କାର୍ଯ୍ୟ ତୁଲାଇଥିଲେ। ନାମଯଜ୍ଞ ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ରୁ ୧୦ଟି ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଛନ୍ତି। ଗତକାଲି ସନ୍ଧ୍ୟାରେ ନଗର ଭିକ୍ଷା ସହ ଅଧିବାସ ଅନୁଷ୍ଠିତ ହୋଇଥିଲା। କର୍ତ୍ତା ପତିତପାବନ ସାହୁ ଙ୍କ ସମେତ ସାହିର ଅନେକ ଯୁବକ ଏଥିରେ ଯୋଗ ଦେଇନଗର ଭିକ୍ଷା କରିଥିଲେ। ଆସନ୍ତା କାଲି ରବିବାର ନାମ ଯଜ୍ଞ ପୂର୍ଣାହୁତି ହେବା ସହ ନଗର କୀର୍ତ୍ତନ ଅନୁଷ୍ଠିତ ହେବବୋଲି କମିଟିର ସଭାପତି ପତିତପାବନ ସାହୁ ସୂଚନା ଦେଇଛନ୍ତି। ବିଗତ ଦୁଇ ବର୍ଷ ହେବ କୋଭିଡ ପାଇଁ ନାମ ଯଜ୍ଞ ଆଡମ୍ବର ସହ ଅନୁଷ୍ଠିତ ହୋଇ ପାରିନଥିବା ବେଳେ ଚଳିତ ବର୍ଷ ଅତ୍ୟନ୍ତ ଉତ୍ସାହ ଉଦିପନା ସହିତ ପାଳନ କରାଯାଉଛି। ସଭାପତି ଶ୍ରୀ ସାହୁ , କୋଷାଧ୍ୟକ୍ଷ ଶିବ ଶଙ୍କର ସାହୁ ଓ ସହ କୋଷାଧ୍ୟକ୍ଷ କାବୁଲୁ ଜେନା ଧନଞ୍ଜୟ ଝାଙ୍କର, ସତ୍ୟ ନାରାୟଣ ନାୟକ, ରାଜ ପିଆରୀ ସାହୁ, ଅଶୋକ ନାୟକ, ଧ୍ରୁବ ଚରଣ ନାୟକ , ହରେ କୃଷ୍ଣ ସାହୁ , ସତ୍ୟ ନାରାୟଣ ନାୟକ ,ବାପି ସାହୁ, ଜନ୍ମା ଜୟ ନାୟକ, ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ଏହା ଅନୁଷ୍ଠିତ ହେଉଅଛି ।
