mobile header

ଗୁପ୍ତ ଭାବେ ଆକାଉଣ୍ଟ ଖୋଲାଯାଇ ଟଙ୍କା ହଡପ

କାଲିମେଳା ତା ୧୫/୫ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ ଅନ୍ତର୍ଗତ ଗୋମ୍ଫାକୋଣ୍ଡା ଗ୍ରାମ ପଂଚାୟତ ଅର୍ନ୍ତଗତ ଏମ ଭି :୬୬ ଗ୍ରାମ ର ସ୍ବର୍ଗତ ରମେଶ ରାୟ ଙ୍କ ବିଧବା ସ୍ତ୍ରୀ କାନନ ରାୟ ୪୩ ବର୍ଷ ଙ୍କ ନାମରେ ଗୋଟିଏ ଗୁପ୍ତ ଭାବେ ଅନ୍ଯ ଗ୍ରାମ ଏମ ଭି ୭୯ ର ଉତ୍କଳ ଗ୍ରାମ୍ଯ ବ୍ଯାଙ୍କ ରେ ଚଞ୍ଚକତାପୂର୍ଣ୍ଣ ଭାବେ ଆକାଉଣ୍ଟ ଖୋଲି ତାର ଏଟିଏମ କରାଇ ନିଜ ପାଖରେ ବ୍ଯାଙ୍କ ଖାତା ଓ ଏଟିଏମ ରଖୀ ଆଧାର ଲିଙ୍କ କରାଇ ଏହି ଆକାଉଣ୍ଟ ରେ ଯେତେବେଳେ ଯାହା ମଧ୍ଯ ଟଙ୍କା ଆସିଲେ। ସେଗୁଡିକ ଏମ ଭି ୭୨ ଗ୍ରାମ ରେ କିଓସିକ ବ୍ଯାଙ୍କ ଷ୍ଟେଟବ୍ଯାଙ୍କ ଅଫ ଇଣ୍ଡିଆ ଓ ବ୍ଯାଙ୍କ ଅଫ ବରଦା ଖୋଲି ବସିଥିବା ଆସିସ ବିଶ୍ବାସ ନିଜ ଆକାଉଣ୍ଟ କୁ ଟ୍ରାନ୍ସଫର କରିନେଉଥିବା ନେଇ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଗଣମାଧ୍ୟମ ସମ୍ମୁଖ ରେ ବିଧବା ମହିଳା କାନନ ରାୟ। ଆସିସ ବିଶ୍ବାସ ଙ୍କ ଘର ଗୋମ୍ଫାକୋଣ୍ଡା ଗ୍ରାମ ପଂଚାୟତ ଅର୍ନ୍ତଗତ ଏମ: ପି:ଭି,୨୪ ।ମିଳିଥିବା ସୂଚନାନୁସାରେ ୨୦୨୦ ମସିହା ଜାନୁୟାରୀ ୭ ତାରିଖ ରେ କାନନ ରାୟ ଙ୍କ ସ୍ବାମୀ ରମେଶ ରାୟ ଙ୍କ ମୃତ୍ଯୁବରଣ ହୋଇ ଯାଇଥିଲା। ତାପରେ ବିଧବା ସ୍ତ୍ରୀ ନାମରେ ମାତୃମଙ୍ଗଳ ଯୋଜନା ତଥା ନେସନାଲ ଫେମିଲି ବେନିଫିଟ ସ୍କିମ(ଏନଏଫବିସି) ଯୋଜନାରେ ଟଙ୍କା ୨୦,୦୦୦ ସରକାର ଙ୍କ ତରଫରୁ ମିଳିଥାଏ ବିଧବାମାନଙ୍କୁ। ଏଇ ଟଙ୍କା କନକ ରାୟ ଙ୍କ ନାମରେ ତାଙ୍କର ବ୍ଯାଙ୍କ ଖାତାରେ ଟଙ୍କା ଆସିଛି ବୋଲି ତାଙ୍କର ଗୋମ୍ଫାକୋଣ୍ଡା ଗ୍ରାମ ପଂଚାୟତ ର ସରପଞ୍ଚ ଆସି ଘରେ ଜଣାଇଥିଲେ ।ତାପରେ ସେ ଯାଇ ପ୍ରଥମେ ତାଙ୍କର ଏମ ଭି :୬୬ ଗ୍ରାମ ର ଛକ ନିକଟ କିଓସିକ ବ୍ଯାଙ୍କ ରେ ତାଙ୍କର ନାମରେ କାଲିମେଳା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରେ ଖୋଲା ହୋଇଥିବା ଅରିଜିନାଲ ଆକାଉଣ୍ଟ ଥିବା ୮୪୦୦୪୨୦୮୦୬୮ ନମ୍ବର ବିଶିଷ୍ଟ ବ୍ଯାଙ୍କ ଖାତା ଧରି ଯାଞ୍ଚ କଲାବେଳେ ତାଙ୍କର ଗ୍ରାମ ର କିଓସିକ ବ୍ଯାଙ୍କ କର୍ମଚାରୀ କହିଲେ ଯେ ଆପଣଙ୍କ ଆକାଉଣ୍ଟ ରେ ଆଧାର ଲିଙ୍କ ହୋଇ ନାହି ତେଣୁ ଆପଣ ଯାଇ ମୂଖ୍ଯ ବ୍ରାଞ୍ଚ କାଲିମେଳା ରେ ଆଧାର ଲିଙ୍କ କରାନ୍ତୁ ବୋଲି କହିଥିଲେ। ତାପରେ ବ୍ଯାଙ୍କ ଖାତା ନେଇ କାଲିମେଳା ଉତ୍କଳ ଗ୍ରାମ୍ଯ ବ୍ଯାଙ୍କ ରେ ପହଞ୍ଚି ନିଜର ବ୍ଯାଙ୍କ ଖାତାକୁ ଆଧାର ଲିଙ୍କ କରାଇବା କହିବାରୁ କାଲିମେଳା ବ୍ଯାଙ୍କ ଶାଖା ପରିଚାଳକ ତାଙ୍କର ବ୍ଯାଙ୍କ ଖାତା ଯାଞ୍ଚ କରିବାରୁ ସେ ଦେଖୀଲେ ଯେ ଗୋଟିଏ ଆଧାର କାର୍ଡ ରେ ଅନ୍ୟ ଏକ ଆକାଉଣ୍ଟ ଖୋଲା ହୋଇଛି ଏମ ଭି ୭୯ ଉତ୍କଳ ଗ୍ରାମ୍ଯ ବ୍ଯାଙ୍କ ରେ ସମ୍ପୃକ୍ତ ମହିଳା କାନନ ରାୟ ଙ୍କ ନାମରେ।ତେଣୁକରି ଗୋଟିଏ ଆକାଉଣ୍ଟ ବନ୍ଦ କରି ଯେକୌଣସି ଗୋଟିଏ ଚଲାନ୍ତୁ ବୋଲି କହିଲେ କାଲିମେଳା ବ୍ୟଙ୍କ ଶାଖା ପରିଚାଳକ। ଏ କଥା ଶୁଣି ହିତାଧିକାରୀ କାନନ ରାୟ ଆଚଯ୍ଯ ହେଲେ ଓ ଏମ ଭି ୭୯ ଉତ୍କଳ ଗ୍ରାମ୍ଯ ବ୍ଯାଙ୍କ କୁ ଯାଇ ଯାଞ୍ଚ କରିବାରୁ ସେ ଜାଣିବାକୁ ପାଇଲେ ସତରେ ତାଙ୍କର ନାମ ରେ ଗୋଟିଏ ଆକାଉଣ୍ଟ ଅଛି ଏମ ଭି ୭୯ ବ୍ଯାଙ୍କରେ।ଯାହାର ଆକାଉଣ୍ଟ ନମ୍ବର ହେଲା ୮୪୦୫୧୦୭୭୫୦୩ ଯାହାର ଗୋଟିଏ ଏଟିଏମ ମଧ୍ଯ ମିଳିଛି ଓ ହିତାଧିକାରୀ ନିଜେ ଦସ୍ତଖତ କରିଥିବା ଦେଖାଯାଉ ଥିବା ଏମ ଭି: ୭୯ ଶାଖା ପରିଚାଳକ ହିତାଧିକାରୀଙ୍କୁ ଅବଗତ କରାଇ ଥିଲେ। ଓ ଏଇ ଆକାଉଣ୍ଟ ରୁ ଟଙ୍କା ଆସିସ ବିଶ୍ବାସ ଙ୍କ ନାମରେ ଥିବା ୮୪୦୪୦୫୪୭୫୪୧ ନମ୍ବର ବିଶିଷ୍ଟ ଆକାଉଣ୍ଟ କୁ ଟ୍ରାନ୍ସଫର ହେଉଅଛି ବୋଲି ମଧ୍ଯ ଜଣାଇଥିବା ହିତାଧିକାରୀ ଓ ତାଙ୍କର ସମ୍ପର୍କିୟ ଗଣମାଧ୍ୟମ ସମ୍ମୁଖ ରେ ପ୍ରକାଶ କରିଛନ୍ତି। ଯିଏକି ଏ: ଭି ୭୨ ଗ୍ରାମ ରେ ଗୋଟିଏ ଗ୍ରାହକ ସେବା କେନ୍ଦ୍ର ଖୋଲି ଗାଁ ଗହଳି ଲୋକ ମାନଙ୍କୁ ବ୍ଯାଙ୍କ ସେବା ଯୋଗାଇ ଆସୁଥିଲେ ।ଗତ ୨୦୨୧ ମସିହାର ଡିସେମ୍ବର ମାସରେ ଓ ତାପରେ ୨୦୨୨ ର ଚଳିତ ମେ ମାସ ୭ ତାରିଖ ରେ ଆସିସ ବିଶ୍ବାସ ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର ହୋଇଥିବା ମଧ୍ଯ ଜଣାଇଛନ୍ତି ବୋଲି। ପରିବାରବର୍ଗ ଓ ଗ୍ରାମ ବାସୀ ଜଣାଇ ଅଛନ୍ତି। ତେବେ ଏ ନେଇ ଜାଣିବା ପରେ କାନନ ରାୟ ଙ୍କ ସମ୍ପର୍କୀୟ ଗ୍ରାହକ ସେବା କେନ୍ଦ୍ର ର ଆସିସ ବିଶ୍ବାସ ଙ୍କୁ କହିଲେ ଯେ ଚଳିତ ମାସର ୭ ତାରିଖ ରେ ଆମ ପିଉସୀ ଆକାଉଣ୍ଟ ରୁ ଟଙ୍କା ଟ୍ରାନ୍ସଫର କରିନେଇଛନ୍ତି କେମିତି କହିବାରୁ ସେ କହିଲା ମୁ ସେମିତି କିଛି କରି ନାହି ଓ ମୋ ବ୍ଯାଙ୍କ ମୁ ବହୁତ ଦିନ ହେବ ବନ୍ଦ କରିଦେଇଛି ବୋଲି ଫୋନ ରେ ଜଣାଇ ଥିଲେ ।କିନ୍ତୁ ତାର ଦିନେ ଦି ଦିନ ପରେ ଆସିସ ବିଶ୍ବାସ ଜଣଙ୍କ ଦ୍ବାରା ଗୁପ୍ତ ଭାବେ ରାତି ୯ ଟା ବେଳେ ଲୋକ ପଠାଇ ହିତାଧିକାରୀ କାନନ ରାୟ ଙ୍କୁ କହୁଛନ୍ତି ଯେ ଘଟଣା ଆଗକୁ ବଡାନ୍ତୁ ନାହି ।ଆମେ ଆପଣଙ୍କ ଆକାଉଣ୍ଟ କୁ ଦୁଇ ହଜାର ପଠେଇ ଦେବୁ ବୋଲି ଘଟଣା କୁ ଛପାଇନଦବାକୁ କହିଥିଲେ।ଯେ ହିତାଧିକାରୀ କାନନ ରାୟ ତାଙ୍କର ଜୀବନରେ କେବେ ହେଲେ ଦସ୍ତଖତ କରିନାହାନ୍ତି ଯେତେ ବେଳେ ହେଲେ ଯେକୌଣସି କାମରେ ସେ କେବଳ ଟିପର ଚିହ୍ନ ହି ଦେଇଥାନ୍ତି କାରଣ ତାଙ୍କୁ ଦସ୍ତଖତ କରି ଜଣା ନାହି କି ଏମ ଭି :୭୯ ବ୍ଯାଙ୍କ କୁ ଯାଇ କେବେ ମଧ୍ଯ ଖାତାଖୋଲି ନାହାନ୍ତି। ବର୍ତ୍ତମାନ କାନନ ରାୟ ଏମ ଭି ୭୯ ଉତ୍କଳ ଗ୍ରାମ୍ଯ ବ୍ଯାଙ୍କ ଶାଖାପରିଚାଳକ କହି ଫରଜି ଆକାଉଣ୍ଟ ବନ୍ଦ କରାଇ ଆସିଅଛନ୍ତି। ଏହା ଅତି ଚତୁରତାର ସହିତ ଗ୍ରାହକ ଙ୍କ ର ଆଧାର କାର୍ଡ ଯୋଗାଡ କରି ଏପରି ଗୁପ୍ତ ଆକାଉଣ୍ଟ ଖୋଲି ଏଟିଏମ ମାଧ୍ୟମ ରେ ନିଜ ଆକାଉଣ୍ଟ ଟଙ୍କା ଟ୍ରାନ୍ସଫର କରିନେଇଛନ୍ତି ଗ୍ରାହକ ସେବା କେନ୍ଦ୍ର କର୍ମଚାରୀ। କାନନ ରାୟ ଙ୍କ ନାମରେ ଆସିଥିବା କାଳିଆ ଯୋଜନା, ଓ ମାତୃ ମଙ୍ଗଳ ଯୋଜନାର ଟଙ୍କା ହଡପ କରି ନେଉଛନ୍ତି ଗ୍ରାହକ ସେବା କେନ୍ଦ୍ର ର କର୍ମଚାରୀ ।ଦୀର୍ଘ ଦେଢବର୍ଷ କାଳ ହେବ ବୋଲି ସୂଚନା ମିଳିଛି। ଖାଲି ଏତିକି ନୁହ ସମ୍ପୃକ୍ତ ଗ୍ରାମ ର ଅନ୍ଯ ଜଣେ ବିଧବା ମହିଳା ଅଞଳୀ ହାଲଦାର ଙ୍କ ର ବ୍ଯାଙ୍କ ଖାତାର ମଧ୍ଯ ୨୯୦୦୦ ଟଙ୍କା ମଧ୍ଯ ବିଗତ ଦିନରେ ହଡପ କରିଥିଲେ। ତାପରେ ତାହା ଆଲୋଚନାର ମାଧ୍ଯମ ରେ ସମାଧାନ ହୋଇ ଥିଲା ଓ ଟଙ୍କା ଫେରି ପାଇଥିଲେ ଓ ସେ ଆକାଉଣ୍ଟ ସବୁଦିନ ପାଇ ବନ୍ଦ କରିଦିଆଗଲା। ଏ ନେଇ ଗ୍ରାହକ ସେବା କେନ୍ଦ୍ର ର ଆସିସ ବିଶ୍ବାସ ଙ୍କୁ ପଚାରିବାରୁ ସେ କହିଲେ ମୋ ଆକାଉଣ୍ଟ କୁ କେମିତି ଟଙ୍କା ଟ୍ରାନ୍ସଫର ହେବ,ମୁ ଏ ବିଷୟରେ କିଛି ଜାଣିନାହି ଓ ମୋର ଗ୍ରାହକ ସେବା କେନ୍ଦ୍ର ମୁ ବନ୍ଦ କରି ଅନ୍ଯ ଧନ୍ଦା କରୁଛି ବୋଲି ଫୋନ ଦ୍ବାରା ଯୋଗାଯୋଗ କରିବାରୁ ପ୍ରକାଶ କରିଛନ୍ତି। ଅନ୍ଯ ପଟେ ଏଇ ଅଭିଯୋଗ ନେଇ ଆସିସ ବିଶ୍ବାସ ଙ୍କ ଗ୍ରାମ ରେ ପହଞ୍ଚି ତାଙ୍କର ଗ୍ରାମ କମିଟି ର ଭଦ୍ର ବ୍ଯକ୍ତି ଫୋନ ଯୋଗେ ପଚାରିବାରୁ ସେ କହୁଛନ୍ତି ଯେ ଭୁଲବସତ ମୋ ଜମା ଖାତା କୁ ଟଙ୍କା ପଳେଇ ଆସିଛି ବୋଲି ପ୍ରକାଶ କରିଛନ୍ତି ।କିନ୍ତୁ ସେ ଆଜିକୁ ପାଖାପାଖୀ ଚାରିବର୍ଷ ହେବ ତାଙ୍କର ଗ୍ରାହକ ସେବା କେନ୍ଦ୍ର ବନ୍ଦକରି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ।କିନ୍ତୁ ଗଣମାଧ୍ୟମ ସମ୍ମୁଖ ରେ ରାଜି ହେଉନାହାନ୍ତି ।ଅନ୍ଯ ପଟେ ବିଧବା ମହିଳା କାନନ ରାୟ କୁ ପଞ୍ଚାୟତ ର ଏମଜିଏନଆରଜିଏସ କାମର ଟଙ୍କାର ଚଡାଇବା ପାଇ ଆଧାର କାର୍ଡ ଓ ବ୍ଯାଙ୍କ ବହି ମାଗିନେଇଥିବା ସମ୍ପୃକ୍ତ ପଞ୍ଚାୟତ ର ଜିଆରଏସ ଓ ଡାଟା ଇଣ୍ଟିରୀ ଅପରେଟର ମାନେ ମଧ୍ଯ ଏହି ବ୍ଯାଙ୍କ ଖାତା ଖୋଲିବା ପାଇ ଆବଶ୍ୟକ ପଡୁଥିବା ତାଙ୍କର ପାଖରେ ଜମା ଥିବା ହିତାଧିକାରୀଙ୍କ ଆଧାର କାର୍ଡ ଜରିଆରେ ଏପରି ମିଲିଭଗତ କାମ କରି ଟଙ୍କା ହଡଫ କରୁଛନ୍ତି ବୋଲି ନାୟକ ସରପଞ୍ଚ ରେଖା ମଣ୍ଡଳ ଓ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ବ୍ଯାଙ୍କ କତୃପକ୍ଷ କେମିତି ହିତାଧିକାରୀଙ୍କ ବିନା ଅନୁପସ୍ଥିତ ରେ ବ୍ଯାଙ୍କ ଖାତା ଖୋଲିଛନ୍ତି ସମସ୍ଥ କାଗଜପତ୍ର ନେଇ ବୋଲି ସାଧାରଣ ରେ ଆଲୋଚନା ହେଉଛି। ଏଥି ପ୍ରତି ପ୍ରଶାସନ ଦୃଷ୍ଟିପାତ କରି ଟଙ୍କା ହଡପ କରୁଥିବା ଲୋକମାନଙ୍କ ବିରୋଧ ରେ ଦୃଡକାଯ୍ଯାନୁଷ୍ଟାନ ଗ୍ରହଣ କରିବା ପାଇ ଦାବି ହୋଇଛି।
ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ

Leave A Reply

Your email address will not be published.