mobile header

ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ମାନଙ୍କ ଅବହେଳାରୁ ଛାତ୍ରର ସନ୍ଦେହ ଜନକ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ବର୍ଗ,ତଦନ୍ତ ଦାବି

ମାଲକାନଗିରି:
ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ନନ୍ଦିନୀଗୁଡା ଆଶ୍ରମ ବିଦ୍ୟାଳୟ ରେ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ, ସ୍କୁଲ କତୃପକ୍ଷ ଙ୍କ ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ବର୍ଗ

ଗତକାଲି ବିଳମ୍ବିତ ରାତିରେ ଶ୍ରୀଧର ଖେମୁ ଡୁ ର ଦେହ ଅସୁସ୍ଥ ହେବାରୁ ସାଥି ଛାତ୍ର ମାନେ ପ୍ରଥମେ ଦେଶୀ ମେଡ଼ିସିନ ଦେଇ କିଛି ସମୟ ଅପେକ୍ଷା ପରେ ବି ଦେହ ସୁସ୍ଥ ନହେବାରୁ ବିଦ୍ୟାଳୟ ର ପିଅନ ଓ ଛାତ୍ର ମାନେ 108 ଆମ୍ବୁଲାନ୍ସ କୁ ଫୋନ କରି ଖଇରପୁଟ ମେଡିକାଲ କୁ ଆଣିଥିଲେ।ଖଇରପୁଟ ମେଡ଼ିକାଲ ରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୃତ୍ୟୁ ଖବର ପାଇ ମେଡିକାଲ ରେ ପହଁଚି ଥିବା ବେଳେ।ଚିତ୍ରକୋଣ୍ଡା ଏସ୍ଡିପିଓ,ଓର୍କେଲ ପୋଲିସ,ମୁଦୁଲିପଡା ପୋଲିସ ଖଇରପୁଟ ବିଡିଓ, ଓ ତହସିଲଦାର ମେଡିକାଲ ରେ ପହଞ୍ଚିଛନ୍ତି l ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଙ୍କୁ ପଚାରିବାରୁ ମୃତ ଛାତ୍ର ଶ୍ରୀଧର ପରିବାର ଙ୍କ ଅଭିଯୋଗ କୁ ଭିତ୍ତି କରି ତଦନ୍ତ କରାଯିବ ଯଦି ଅଭିଯୋଗ ରେ କୌଣସି ସତ୍ୟା ସତ୍ୟ ଥ। ଏ ତେବେ ଦୋଷୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.