
ମାଲକାନଗିରି : ସରପଞ୍ଚ ଙ୍କ ଜାଲ ଦସ୍ତଖତ କରି ବିଭିନ୍ନ ଶିକ୍ଷକଙ୍କୁ ବଦଳି କରାଇବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ବିଡ଼ିଓ ଙ୍କୁ ଚିଠି କରିବା ଘଟଣା ରେ ଜଣେ ବିଶିଷ୍ଟ ବ୍ୟବସାୟୀ ମୌସୁମ ଖାଁ ମାଲକାନଗିରି ଜିଲ୍ଲା ମୋଟୁ ପୋଲିସ ଦ୍ୱାରା ଗିରଫ ସହ କୋର୍ଟ ଚାଲାଣ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତ କିଛି ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ସରପଞ୍ଚ ରୁଚି କତାମ ଙ୍କ ଜାଲ ଦସ୍ତଖତ କରି ସ୍ଥାନୀୟ ଅଞ୍ଚଳର କିଛି ଶିକ୍ଷକ ଙ୍କୁ ବଦଳି କରାଇବା ପାଇଁ ମୋଟୁ ଅଞ୍ଚଳର ଜଣେ ବିଶିଷ୍ଟ ବ୍ୟବସାୟୀ ମୌସୁମ ଖାଁ ଜିଲ୍ଲା ଶିକ୍ଷାଧିକାରୀ ଓ ବିଡ଼ିଓ ଙ୍କୁ ଏକ ଚିଠି ସରପଞ୍ଚ ଙ୍କ ନାମରେ ପଠାଇ ଥିଲେ । ତେବେ ଏନେଇ ଜାଣିବା ପରେ ମୋଟୁ ସରପଞ୍ଚ ରୁଚି କତାମ ତାଙ୍କ ଦସ୍ତଖତ କୁ ନକଲ କରି କିଛି ଶିକ୍ଷକ ବଦଳି ପାଇଁ ଚିଠି କରାଯାଇଥିବା ମୋଟୁ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ମୋଟୁ ପୋଲିସ ୫୦/୨୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଥିବା ମୌସୁମ ଖାଁ ନାମକ ବ୍ୟକ୍ତିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।