
ମାଲକାନଗିରି
ସାରା ବିଶ୍ୱ ଆଜି ଆର୍ଟ ଅଫ୍ ଗିଭିଙ୍ଗ୍ ଡେ ଦିବସ ପାଳନ କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ପାଳିତ ହୋଇଯାଇଛି। ଜିଲ୍ଲାର 7ଟି ବ୍ଲକ ରେ ପାଳନ କରାଯାଇଛି। ଜିଲ୍ଲା ସଦରମହକୁମା ର ମୋଡେନ ସ୍କୁଲ ,ଜାଭିୟର ସ୍କୁଲ,ମହିଳା ମହାବିଦ୍ୟାଳୟ,ଗୋବିନ୍ଦପଲ୍ଲୀ ମାଳିଗୁଡା ସ୍କୁଲ ଏଭଳି ବିଭିନ୍ନ ସ୍ଥାନରେ ରେ ପାଳିତ ହୋଇଯାଇଛି। କିସ ଏବଂ କୀଟ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କିସ କର୍ମକର୍ତ୍ତା, ଉଦୟ ଭଲ୍ୟୁଣ୍ଟାର ଏବଂ ସ୍ଥାନୀୟ ଲୋକଙ୍କ ସହାୟତା ରେ ଜିଲ୍ଲାର ପ୍ରତ୍ୟେକ ସ୍କୁଲ ରେ ଗରିବ ପିଲାଙ୍କୁ ଶିକ୍ଷା ଉପକରଣ ଦେଇ ମୁହଁରେ କିଛି ହସ ଫୁଟାଯାଇଛି।ବରିଷ୍ଠ କିସ ସଂଯୋଜକ ରମ୍ୟରଂଜନ ପରିଡା, ସହ ସଂଯୋଜକ ଉତ୍ତମ ସାହା ଏବଂ କଳିଙ୍ଗ ଟିଭି ର ପ୍ରତିନିଧି ପ୍ରସାଦ ନାୟକଏବଂ ସନ୍ତାଷ ନାୟକ ମିଳିତ ସହଯୋଗରେ ଏହି ବଣ୍ଟନ କାର୍ଯ୍ୟ କରାଯାଇଛି।ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଏଭଳି ପ୍ରୟାସ ଯୋଗୁଁ ଜିଲ୍ଲା ବାସୀ ଭୁୟସୀ ପ୍ରଶଂସା କରିଛନ୍ତି।