mobile header

ମାଲକାନଗିରି ଜିଲ୍ଲା ରେ ବିକାଶ ରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେଇଛି।

ମାଲକାନଗିରି
ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ରେ ମାଲକାନଗିରି ଜିଲ୍ଲା ର ମାଥିଲି ପଂଚାୟତ ସମିତି ର କତ୍ତ।ପାଲୀ ଗ୍ରାମ ପଞ୍ଚାୟତ କୁ, ପାଞ୍ଚ ଲକ୍ଷ ଟଙ୍କା ର ପୁରସ୍କାର

ପ୍ରାପ୍ତ ହୋଇଛି।
ମାଲକାନଗିରି ଜିଲ୍ଲାର ମାଲକାନଗିରି ପଞ୍ଚାୟତ ସମିତି କୁ ଓଡିଶା ର ୩୧୪ ପଂଚାୟତ ସମିତି ମଧ୍ୟରୁ ଜିପିଡିପିରେ ଶ୍ରେଷ୍ଠ ପଂଚାୟତ ସମିତି ଭାବରେ ପୁରସ୍କୃତ କରାଯାଇଛି ଓ ୨୫ ଲକ୍ଷ ଟଙ୍କା ର ପୁରସ୍କାର ପ୍ରାପ୍ତ ହୋଇଛି।
ଏହି ଉତ୍ତମ କାର୍ଯ୍ୟ ଏବଂ ଜନସେବାକୁ ସ୍ୱୀକୃତି ଦେଇ ମାଲକାନଗିରି ଜିଲ୍ଲାର ମାଲକାନଗିରି ପଂଚାୟତ ସମିତି ଓଡିଶା ରେ ଶ୍ରେଷ୍ଠ ଜିଲ୍ଲା ଭାବେ ପରିଗଣିତ ହୋଇଛି।
ସେହିଭଳି ଦିନ ଦୟାଲ ପଞ୍ଚାୟତ ସଶକ୍ତିକରଣ ଅଭିଯାନ ରେ (DDUPSP) ଓଡିଶା ର ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ କେବଳ ୮ ଟି ଗ୍ରାମ ପଞ୍ଚାୟତ DDUPSP ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି |

ମାଲକାନଗିରି ଜିଲ୍ଲାର ୨ ଗୋଟି ଗ୍ରାମ ପଂଚାୟତ ସମସ୍ତ ଯୋଜନାରେ ଭଲ କାମ ପାଇଁ ମନୋନୀତ ହୋଇଛନ୍ତି।

ସେହିପରି କୁଟୁନିପାଲ୍ଲୀ ଗ୍ରାମ ପଞ୍ଚାୟତ ମାଥିଲି ପଂଚାୟତ ସମିତି ର ପ୍ରଥମ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ଓ ୧୨ ଲକ୍ଷ ଟଙ୍କା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାବେଳେ

ଦଳପତିଗୁଡ। ଗ୍ରାମ ପଂଚାୟତ ଦ୍ୱିତୀୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଓ ଅନୁଦାନ ସ୍ଵରୂପ ୮ ଲକ୍ଷ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି |

Leave A Reply

Your email address will not be published.