ଭଗବାନ ଗୌତମ ବୁଦ୍ଧଙ୍କ ୨୫୮୪ ତମ ଜନ୍ମ ଜୟନ୍ତି ଏବଂ କବି ଭୀମ ଭୋଇଙ୍କ ୧୭୩ ତମ ଜନ୍ମ ଜୟନ୍ତି ପାଳନ

      

ବୌଦ୍ଧ ଜିଲ୍ଲା ପାଣ-ଗଣ୍ତା ସମାଜ ବିକାଶ ପରିଷଦ,ବୌଦ୍ଧ ଆନୁକୂଲ୍ଯରେ ପରମ କାରୁଣିକ ଭଗବାନ ଗୌତମ ବୁଦ୍ଧଙ୍କ ୨୫୮୪ ତମ ଜନ୍ମ ଜୟନ୍ତି ଏବଂ ନିର୍ଗୁଣ ନିରାକାର ଉପାସକ ମହିମା ଧର୍ମ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ୧୭୩ ତମ ଜନ୍ମ ଜୟନ୍ତି ପାଳନ ଉତ୍ସବ ମହାସମାରୋହରେ କଲ୍ୟାଣ ମଣ୍ତପ କଣ୍ଟାମାଳ ଠାରେ ପରିଷଦର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଭାରେ ପରିଷଦର ସାଧାରଣ ସଂପାଦକ ଶୀଯୁକ୍ତ ନବୀନ କୁମାର ଭଏନା ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ,ସମାଜ ସେବୀ ତଥା ପରିଷଦର ବରିଷ୍ଠ ସଦସ୍ଯ ଶ୍ରୀଯୁକ୍ତ କ୍ଷେତ୍ରବାସୀ ଭୋଇ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ତଥା ପରିଷଦର ବରିଷ୍ଠ ସଦସ୍ଯ ,ଶ୍ରୀଯୁକ୍ତ ସିତାରାମ ହରିପାଲ, ଶ୍ରୀଯୁକ୍ତ ଶେଷ ଦେବ ବେହେରା, ଶ୍ରୀଯୁକ୍ତ ଅଲେଖ ବେହେରା,ଶ୍ରୀଯୁକ୍ତ ଗୌର ଚରଣ ନାଏକ,ସାଧ୍ବୀ ଟିକେନନୀ କୁମ୍ଭାର, ଶୀଯୁକ୍ତ ହେମନ୍ତ ସୁନା,ଖମନମୁଣ୍ତା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ରବି ମହାନନ୍ଦିଆ,ଉମା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ଗୁଞ୍ଜୁରୁ ସୁନା, ପରିଷଦର ଉପ ସଭାପତି ଶ୍ରୀଯୁକ୍ତ ନାଥ ଲୁହା,ପରିଷଦର ଉପ ସଭାପତି ଶ୍ରୀଯୁକ୍ତ ଗନ୍ଧର୍ବ ସାଗର,ପରିଷଦର ଉପ ସଭାପତି ଶ୍ରୀଯୁକ୍ତ ଅଲେଖ ବେହେରା,ଶ୍ରୀଯୁକ୍ତ ରାମଦାସ ଜଗଦଳା, ଶୀଯୁକ୍ତ ବିନୋଦ ସୁନା,ଶ୍ରୀଯୁକ୍ତ ରୋହିତ ମଲ୍ଲିକ,ଶ୍ରୀଯୁକ୍ତ ନରେନ୍ଦ୍ର ଦୀପ,ଶ୍ରୀଯୁକ୍ତ ନବୀନ ମହାନନ୍ଦିଆ,ଶିକ୍ଷାବିତ ଶୀଯୁକ୍ତ ଅକୃର ହରିପାଲ,ସମାଜ ସେବୀ ଶ୍ରୀଯୁକ୍ତ ବିନୋଦ ସୁନା,ଶ୍ରୀଯୁକ୍ତ ଗିରିଶ କହଁର,ଶ୍ରୀଯୁକ୍ତ ରତ୍ନାକର ଦାସ,ବିକ୍ରମ ରାଜହଂସ ଉତ୍ସବରେ ଯୋଗ ଦେଇଥିଲେ। ଅତିଥିମାନଙ୍କ ଦ୍ବାରା ପରମ କାରୁଣିକ ଭଗବାନ ଗୌତମ ବୁଦ୍ଧ, ନିର୍ଗୁଣ ନିରାକାର ଉପାସକ ତଥା ମହିମା ଧର୍ମପ୍ରଚାରକ ସନ୍ଥ କବି ଭୀମ ଭୋଇ ଏବଂ ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ.ବି.ଆର.ଆମ୍ବେଦକରଙ୍କ ପ୍ରତିଛବିରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ବୁଦ୍ଧଙ୍କ ମହାମନ୍ତ୍ର ଜପ ହୋଇଥିଲା। ତତ ସହିତ ସ୍ବାଗତ ସଂଗିତ ଗାନ କରାଯାଇ ସଭା ଆରମ୍ଭ ହୋଇଥିଲା।ଭଗବାନ ଗୌତମ ବୁଦ୍ଧ,ସନ୍ଥ କବି ଭୀମ ଭୋଇ ଏବଂ ବାବା ସାହେବଙ୍କର ସମାଜରେ ଥିବା ଉଚ୍ଚ ନିଚ୍ଚ ଭେଦଭାବ ଓ ଅସମାନତା ବିରୁଦ୍ଧରେ କ୍ରାନ୍ତି ଆଣି ବିଶ୍ବକୁ ଦେଇ ଥିବା ତାଙ୍କର ବାଣୀ ଉପରେ ଆଲୋକପାତ କରିଥିଲେ।
ମଧ୍ୟାହ୍ନ ଭୋଜନ ପରେ ପୁନଶ୍ଚ ଦ୍ବିତୀୟ ଅଧିବେଶନ ଆରମ୍ଭ ହୋଇଥିଲା। ସଭାରେ ଅନୁଷ୍ଠାନ ତରଫରୁ ନିମ୍ନଲିଖିତ ନିର୍ଦ୍ଧାରଣ ଗୁଡିକ ସମାପନ କରିବାକୁ ସଙ୍କଳ୍ପ ନେଇଥିଲେ। ଉକ୍ତ ସଭାରେ ସୁନିଲ ହରିପାଲ,କୁଞ୍ଜବିହାରୀ ବାବା,କିର୍ତ୍ତନ ଦୀପ,କଷ୍ଟ ସୁନା,ମହେନ୍ଦ୍ର ସୁନା,ଭକ୍ତ ଚରଣ ମହାନନ୍ଦ, ରୋହିତ କୁମାର ଦୀପ,ରାମଦାସ ସୁନା,ସୁରେଶ ମହାନନ୍ଦ,ରସଜିବ ବାଘ,ଧନବନ୍ତ କହଁର,ଦେବମାନ ହରିପାଲ,ଚିନ୍ତାମଣି ହରିପାଲ,ବିଦ୍ୟାଧର ହରିପାଲ,ବସନ୍ତ କୁମ୍ଭାରଙ୍କ ସହ ପ୍ରାୟ ୨୫୦ ଜଣରୁ ଉର୍ଦ୍ଧ୍ବ ସମାଜ ପ୍ରେମି,ଶିକ୍ଷାବିତ,ବୁଦ୍ଧିଜୀବୀ ଉପସ୍ଥିତ ହୋଇଥିଲେ।

ପ୍ରଥମ ନିର୍ଦ୍ଧାରଣ :- ବୌଦ୍ଧ ଜିଲ୍ଲା ପାଣ-ଗଣ୍ତା ସମାଜ ବିକାଶ ପରିଷଦ,ବୌଦ୍ଧ ଆନୁକୂଲ୍ଯରେ ଏକ ବାର୍ଷିକ ଲୋକ ମହୋତ୍ସବ ଝୁମର୍-୨୦୨୨ କରିବାକୁ ନିଷ୍ପତି ଗ୍ରହଣ କରାଗଲା। ପ୍ରତ୍ୟେକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମାସ ତା ୨୫/୦୫/୨୦୨୨ ରିଖ ପର୍ଯ୍ୟନ୍ତ ଆବେଦନ କରିବାର ତାରିଖ ଧାର୍ଯ୍ୟ ଘୁଞ୍ଚା ଗଲା।

ଦ୍ବିତୀୟ ନିର୍ଦ୍ଧାରଣ :- ଝୁମର୍-୨୦୨୨ ପ୍ରଥମ ବାର୍ଷିକି ଲୋକ ମହୋତ୍ସବରେ ଗତ ବୌଦ୍ଧ ଜିଲ୍ଲାର ତ୍ରିସ୍ତରିୟ ପଞ୍ଚାୟତରାଜ ନିର୍ବାଚନରେ ବିଜୟ ଲାଭ କରିଥିବା ସମସ୍ତ ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ,ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ୍ ,ସମିତି ସଭ୍ୟ/ସଭ୍ୟା,ନାଏବ ସରପଞ୍ଚ୍ ,ଓ୍ବାର୍ଡ ସଭ୍ୟ/ସଭ୍ୟା ଏବଂ ସମାଜର ବରିଷ୍ଠ ସମାଜ ସେବୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ଭବ୍ୟ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି।

ତୃତୀୟ ନିର୍ଦ୍ଧାରଣ :- କଣ୍ଟାମାଲ ସହର ସ୍ଥିତ ତହସିଲ ଛକ ଠାରେ ସମ୍ବିଧାନ ପ୍ରଣେତା, ଦଳିତ ଜାତିର ତ୍ରାଣକର୍ତ୍ତା ଭାରତ ରତ୍ନ ଡଃ.ଭୀମରାଓ ରାମଜୀ ଆମ୍ଵେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଗଲା।

ଚତୁର୍ଥ ନିର୍ଦ୍ଧାରଣ :- ବୌଦ୍ଧ ସହରର ରଇଠାଣୀ ବାଇ ପାସ ଛକ ଠାରେ ସମାଜ କ୍ରାନ୍ତିକାରୀ, ବୈଜ୍ଞାନିକ ମନୋଭାବି, ମହିମା ଧର୍ମ ପ୍ରଚାରକ, ମହାପୁରୁଷ,ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିବାକୁ ନିଷ୍ପତି ଗ୍ରହଣ କରାଗଲା।

ପଞ୍ଚମ ନିର୍ଦ୍ଧାରଣ :- ବୌଦ୍ଧ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ପୂର୍ଣ୍ଣାଙ୍ଗ କମିଟି ଗଠନ ପରେ ବ୍ଲକ ସ୍ତରରେ ମଧ୍ୟ ପୂର୍ଣ୍ଣାଙ୍ଗ କମିଟି ଗଠନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ନିଷ୍ପତି ନିଆଗଲା।

ଷଷ୍ଠ ନିର୍ଦ୍ଧାରଣ :- ଓଡିଶା ସରକାର ଭାରତୀୟ ସମ୍ବିଧାନକୁ ଉପେକ୍ଷା କରି ନିଜର ରାଜନୈତିକ ଫାଇଦା ପାଇବା ପାଇଁ ପ୍ରାୟ ୨୧ ବର୍ଷ ହେବ କିଛି ସବର୍ଣ୍ଣ ବା ଓବିସି ଜାତି ସଂପ୍ରଦାୟର ଲୋକଙ୍କୁ ଯାହାକି ରାଢି,କୈବର୍ତ୍ତ,କେଉଟ ଓ ଧିବର ଜାତି ଗୁଡିକୁ ଅନୁସୁଚିତ ଜାତି ତାଲିକାରେ ଭର୍ତ୍ତି କରି ସଂରକ୍ଷଣକୁ ହଡପ କରୁଛନ୍ତି। ତେଣୁ ଆଗାମୀ ଦିନରେ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ବିରାଟ ଧରଣର ପ୍ରତିବାଦର ରାଲି କରି ଉଛେଦ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଓଡିଶା ସରକାର,ମାନ୍ୟବର ରାଜ୍ୟପାଳ ଓଡିଶା,ମାନ୍ୟବର ପ୍ରଧାନ ମନ୍ତ୍ରୀ ଭାରତ ସରକାର,ମହାମହିମ ରାଷ୍ଟ୍ରପତି ଭାରତ ସରକାରଙ୍କୁ ମେମୋରେଣ୍ଡମ୍ ଦିଆଯିବାକୁ ନିଷ୍ପତି ନିଆଗଲା।

Leave A Reply

Your email address will not be published.