mobile header

ପୁଣି ଡାକଘରେ ଆରମ୍ଭ ହେଲା ରେଳ ଟିକଟ

ମାଲକାନଗିରି,୧୭/୫ ମାଲକାନଗିରି ସଦର ମହକୁମାରେ ରହିଥିବା ମୁଖ୍ୟ ଡାକଘରେ ଦୀର୍ଘ ଦିନ ହେଲା ବହୁ ସମସ୍ୟା ଦେଇ ଗତି କରୁଥିଲା।କେତେବେଳେ ତ ଲିଙ୍କ ରହୁଥିଲା ତ ଆଉ କେତେବେଳେ ଲିଙ୍କ ରହୁନଥିଲା।ପୁଣି ଡାକଘରକୁ ବାରମ୍ବାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳା ଯାଉଥିବାରୁ ଲୋକେ ନାହିଁ ନଥିବା ହଇରାଣ ହୋଇଥିଲେ।ତେବେ ଗତ ମାସରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଲକାନଗିରି ଗସ୍ତ କରି ଏକ ନୂତନ ଡାକଘରକୁ ଉଦଘାଟନ କରିବା ସହ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଏଠାରେ ଲଗାଇଥିଲେ।ଆଗକୁ ଆଉ ଲୋକେ କୌଣସି ସମସ୍ୟାରେ ପଡିବେ ନାହିଁ ବୋଲି କହିଥିଲେ।ତେବେ ସ୍ଥାନୀୟ ଲୋକେ ଏହି ଡାକଘରେ ପୁଣି ରେଳ ଟିକଟ ଚାଲୁ କରିବା ପାଇଁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝିଙ୍କୁ ଅନୁରୋଧ କରିଥିଲେ।ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ମାଲକାନଗିରି ଗସ୍ତ ବେଳେ ବଳଭଦ୍ର ମାଝି ତାଂକୁ ଏହି ସେବା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ।ମନ୍ତ୍ରୀ ତୁରନ୍ତ ରେଳ ବିଭାଗକୁ ନିର୍ଦେଶ ଦେଇ କହିଥିଲେ ଯେ ଆସନ୍ତା ମାସ ସୁଦ୍ଧା ଏହାକୁ ଠିକ କରାଯାଉ।ମନ୍ତ୍ରୀଙ୍କ ନିର୍ଦେଶ ପରେ ଏବେ ପୁଣି ଜିଲ୍ଲା ମୁଖ୍ୟ ଡାକଘରେ ରେଳ ଟିକଟ ବିକ୍ରୟ ସେବା ଆରମ୍ଭ କରାଯାଇଥିବା ପୂର୍ବତନ ସାଂସଦ ବଳଭଦ୍ର ମାଝି ସୂଚନା ପ୍ରଦାନ କରିଛନ୍ତି।ଲୋକେ ଏବେ ଅତି ସହଜରେ ନିଜ ଅଂଚଳରେ ରେଳ ଟିକଟ ପାଇପାଇପାରିବେ ବୋଲି କୁହାଯାଇଛି।ଜିଲ୍ଲାବାସୀ ରେଳମନ୍ତ୍ରୀଙ୍କ ଏହି ସେବା ପାଇଁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave A Reply

Your email address will not be published.