mobile header

ବଜ୍ରାଘାତରେ ୩ ଗାଈ ଓ ବଳଦର ମୃତ୍ୟୁ

ମାଲକାନଗିରି,୧୭/୫ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଂଚଳରେ ଆଜି ଅପରାହ୍ନରେ ପ୍ରବଳ ବର୍ଷା ସହ ବିଜୁଳି ମାରିଥିଲା।ଯାହାଫଳରେ ବଜ୍ରାଘାତ ହୋଇ ୩ ଗାଈ ଓ ବଳଦର ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ବ୍ଲକର ପେପରମେଟଲା ପଞ୍ଚାୟତର ରୁମା ଗ୍ରାମରେ ପ୍ରାୟ ସାଢେ ତିନିଟା ସମୟରେ ପ୍ରବଳ ବର୍ଷା ସହ ବିଜୁଳି ମାରିଥିଲା।ଲୋକେ ଘରୁ ପଦାକୁ ବାହାରିପାରିନଥିଲେ।ତେବେ ଜଂଗଲକୁ ଚରିବାକୁ ଯାଇଥିବା ଗାଈମାନେ ମଧ୍ୟ ଏକ ବଡ ଗଛ ଦେଖି ଗଛ ତଳେ ଆଶ୍ରୟ ନେଇଥିଲେ।ତେବେ ସେହି ଗଛରେ ବଜ୍ରାଘାତ ହେବା ଫଳରେ ଗୋଟିଏ ଗାଈ ଏବଂ ଦୁଇଟି ବଳଦର ମୃତ୍ୟୁ ହୋଇଯାଇଛି।ଘଟଣାସ୍ଥଳରେ ଯାଇ ସ୍ଥାନୀୟ ଲୋକେ ଦେଖିଲା ବେଳକୁ ତିନୋଟି ଗାଈ ଓ ବଳଦର ମୃତ୍ୟୁ ହୋଇସାରିଥିଲା।ଏମାନଙ୍କ ମୃତ୍ୟୁପରେ ପରିବାର ଲୋକେ ସେଠାରେ କାନ୍ଦୁଥିବା ଲକ୍ଷ୍ୟ କରାଯାଇଛି।ସ୍ଥାନୀୟ ରାଜୁ ଖରାଙ୍କର ଦୁଇଟି ବଳଦ ହୋଇଥିବା ବେଳେ ସୀତାରାମ ଖରାଙ୍କର ଗୋଟିଏ ଗାଈର ମୃତ୍ୟୁ ହୋଇଯାଇଛି।ଏହି ଦୁଇ ପରିବାର ଗରିବ ହୋଇଥିବା ବେଳେ ବଳଦ ଓ ଗାଈ ସେମାନଙ୍କ ଆର୍ଥିକ ଅବସ୍ଥାକୁ ସ୍ବଚ୍ଛଳ କରିଥିଲେ।ତେବେ ବଜ୍ରାଘାତରେ ଏମାନଙ୍କର ମୃତ୍ୟୁ ହେବା ଫଳରେ ଏମାନେ ବହୁ କ୍ଷତି ସହିଥିବା ସ୍ଥାନୀୟ ଲୋକେ କହିଛନ୍ତି।

Leave A Reply

Your email address will not be published.