mobile header

ଧଳପୁର ଛକ ଠାରୁ ପୁରୁଣାକଟକ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଡ୍ରେନ ନିର୍ମାଣ ଦାବି ରେ ରାସ୍ତା ରୋକ….

ହରଭଙ୍ଗା (16/05)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ନିର୍ମାଣ ଶୀଘ୍ର ଆରମ୍ଭ କରିବା ଦାବି ରେ ସୋମବାର ଧଲପୁର ଛକ ଠାରେ ଆଞ୍ଚଳିକ ବିକାଶ ତରଫରୁ ରାସ୍ତା ରୋକ କରାଯାଇଛି! ସ

କାଳ 7 ଘ ଠାରୁ ପରିଷଦର ସମ୍ପାଦକ ବିକାଶ ମହାକୁଡ଼,ଉପ ସଭାପତି ଲବ କୁମାର ପ୍ରଧାନ, ପୁରୁଣାକଟକ ପଞ୍ଚାୟତ ସରପଞ୍ଚ ଅଶୋକ ସେଠୀ,ସମିତି ସଭ୍ୟ ସରୋଜ ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ଉପାଧକ୍ଷ ଅକ୍ରୁର ସେଠୀ ,ପୁରୁଣାକଟକ ବ୍ୟବସାୟୀ ସଙ୍ଘ ସଭାପତି ଅଜିତ ଦେହୁରୀ, ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ,ଆଡ଼ଭୋକେଟ ରବି ଚନ୍ଦ୍ର ପ୍ରଧାନ ଙ୍କ ସମେତ ବିକାଶ ପରିଷଦ ସଦସ୍ୟସୁକାନ୍ତ ପଟ୍ଟନାୟକ, କୈଳାଶ ଅଗ୍ରୱାଲ ଅମୁଲ୍ୟ ମିଶ୍ର,ରାମ ଚନ୍ଦ୍ର ବେହେରା, ବବଳୁ ସାହୁ ଜ୍ୟୋତି ପ୍ରକାଶ ସାହୁ,ପଞ୍ଚାନନ ହୋତା ଆଲୋକ ପ୍ରଧlନ,ଗରୁଡ଼ ପ୍ରଧାନ ଓ ଗ୍ରାମବାସୀ ଏହି ରାସ୍ତା ରୋକ ରେ ସାମିଲ ଥିଲେ lଯଦି ପ୍ରଶାସନ ଏହାପରେ ମଧ୍ୟ ଶୁଣିବନି ତାହେଲେବହୁ ଶୀଘ୍ର ଜାତୀୟ ରାଜପଥ ଅବରୋଧ ସହ ସମସ୍ତ ସରକାରୀ ଅନୁଷ୍ଠାନ ରେ ତାଲା ପକାଇ ଦିଆଯିବ ବୋଲି ବିକାଶ ପରିଷଦ ପକ୍ଷ ରୂ ଚେତାବନୀ ଦିଆ ଯାଇଛି!ସମସ୍ୟା ର ସମାଧାନ ପାଇଁ ହରଭଙ୍ଗା ତହସିଲଦାର ଶମ୍ଭୁପ୍ରସାଦ ମିଶ୍ର, ପୂର୍ତ୍ତ ବିଭାଗ ଯନ୍ତ୍ରୀ ନିରଞ୍ଜନ ଧଳ, ପୁରୁଣା କଟକ ଥାନା ଅଧିକାରୀ ଜୋଶ୍ନା କାଉଁରୀ ଘଟଣା ସ୍ଥଳରେ ପହଂଚି ଆଲୋଚନା କରିଥିଲେ!ଆଗାମୀ 20ଦୀନ ମଧ୍ୟରେ ରାସ୍ତା ର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା!

Leave A Reply

Your email address will not be published.