mobile header

ଦୋକନରେ ଅଗ୍ନିକାଣ୍ଡ, ୧ବୃଦ୍ଧା ମୃତ…..

ହରଭଙ୍ଗା ,୧୬/୦୫.. ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ହରଭଙ୍ଗା ପଞ୍ଚାୟତ ପୁରୁଣା ଅଫିସ ନିକଟରେ ଏକ ଅସହାୟ ବୃଦ୍ଧ ଶଙ୍କର ମହାକୁଡ଼ (୭୫) ଆଜକୁ ୨୦ ବର୍ଷ ଧରି ପଂଚାୟତ ନିକଟରେ କାଠ କେବିନ ପକାଇ ଏକ ଛୋଟ ଦୋକାନ କରି ଚଲୁଥିଲା। ଗତକାଲି ବିଳମ୍ବିତ ରାତିରେ ଦୋକାନ ଭିତରେ ଲଣ୍ଠନ ଜଳାଇ ଦୋକାନ ଭିତରେ ଶଙ୍କର ମହାକୁଡ଼ ସୋଇଥିଲା।ହଟାତ ଝଡ଼ ତୋଫାନ ପବନ ହେବାରୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଦୋକାନ ଟି ଜଳୁଥିଲା।ସ୍ଥାନୀୟ ପଡୋଶୀ ଜଳୁଥିବା ଦେଖି ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଉଦ୍ଧାର କରି୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଲୟ କୁ ପଠାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶବକୁ ଜବତ କରି ଶବବ୍ୟବଛେଦ କରିଥିଲେ। ବୃଦ୍ଧଙ୍କ ମୃତ୍ୟୁ ଯୋଗୁଁ ହରଭଙ୍ଗା ଅଂଚଳରେ ଶୋକରଛାୟା ଖେଳିଯାଇଛି।

Leave A Reply

Your email address will not be published.