mobile header

ଗୁଣିଗାରେଡି ସନ୍ଦେହ ରେ କଙ୍ଗାରୁକୋର୍ଟ ରେ ଠେଙ୍ଗାରେ ପିଟି ପିଟି ହତ୍ୟା

କାଲିମେଳା ତା ୧୮/୫()କାଲିମେଳା ଥାନାଅଧିନ କାଙ୍ଗୁରୁକୋଣ୍ଜା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗୁଣିଆ ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି ।​ ସୂଚନା ଅନୁଯାୟୀ ଏହି ଗ୍ରାମର ପଦିଆ ମାଡକାମି (୬୫) ଗ୍ରାମରେ ପୁଜାର୍ଚ୍ଚନା କାର୍ଯ୍ୟ କରୁଥିଲେ । ଗତ କିଛି ଦିନ ଧରି କିଛି ଲୋକ ମୃତ୍ୟୁ ବରଣ କରିଥିବା ଯୋଗୁ ପଦିଆ ଗୁଣିଆ କରି ମାରିଥିବା ସନ୍ଦେହ କରୁଥିଲେ । ଗତ ପନ୍ଦର ତାରିଖ ରବିବାର ଦିନ ଗ୍ରାମର  ଦେବେ ମାଡକାମି ଙ୍କ  ମୃତ୍ଯୁବରଣ  ହୋଇ ଥିଲା

ଏ ନେଇ  ତାଙ୍କର  ପରିବାର  ବର୍ଗ ଅନ୍ଯ ଏକ ଗାଁରେ ଗୁଣିଆ  ଦେଖାଇଥିଲେ ସେଠାରେ ଗ୍ରାମର  ପଦିଆ  ମାଡକାମି ଗୁଣିଆ  କରି ମାରିଦେଇଛି ବୋଲି ସୂଚନା ପାଇଥିଲେ।ଓ ଏନେଇ ମନରେ ରାଗ ରଖୀ ରାଗରେ

 ଆଜି ସକାଳେ ଆଠଟା ବେଳେ ଗ୍ରାମର ମଝିରେ ଛକରେ ଗୋଟିଏ ସଭାର ଆୟୋଜନ ତାଙ୍କ ପରିବାରର ଦାସାହ କାର୍ଯ୍ୟ ନିମନ୍ତେ   ଆଜି  ଗାଁ ଦାଣ୍ଡରେ  ପ୍ରାୟ ୬୦ରୁ ଊର୍ଦ୍ଧ୍ଵ ଲୋକ ଆଲୋଚନା ପାଇଁ ବସିଥିଲା । ଏହି ଆଲୋଚନା ସମୟରେ ଗ୍ରାମର ମୁକୁନ୍ଦ ମାଡକାମି, ଫିଦା ମାଡକାମି, କାନା ମାଡକାମି, ଇର୍ମା ମାଡକାମି, ଗଙ୍ଗା ମାଡକାମି, ପଦିଆ କବାସି ତାଙ୍କୁ ହଠାତ୍ ଆକ୍ରମଣ କରିଥିଲେ । ଏବଂ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ପଦିଆଙ୍କ ପୁଅ ବିରା ମାଡକାମି କହିଛନ୍ତି । ଏହି ଘଟଣା ସମୟରେ ବାପାଙ୍କୁ ବଢାଇବାକୁ ଯାଇ ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇ ଲୁଚି ପଳାଇଥିଲେ । ଘଟଣାସ୍ଥଳରେ କାଲିମେଳା ଥାନା ଅଧିକାରୀ ରଘୁନାଥ ମାଝୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି

।ଏ

ନେଇ  କାଲିମେଳା ଥାନା ପୋଲିସ କେସ ନମ୍ବର ୧୩୯ ରେ ଧାରା ୩୦୨/୩୪ ଆଇପିସି ଏକ ମାମଲା  ରୁଜୁ କରି  ଘଟଣା ରେ ତଦନ୍ତ କରିବା ସହିତ  ।ଏଥିରେ ସମ୍ପୃକ୍ତ  ନେଇ  ପାଞ୍ଚ ଜଣ ଅଭିଯୁକ୍ତ ଗିରଫ କରିଥିବା  ବେଳେ  ଆଉ ତିନିଜଣ ଫେରାର ଅଛନ୍ତି। ସମୁଦାୟ ଆଠ ଜଣଙ୍କ  ନାମରେ କେସ ରୁଜୁ  ହୋଇଛି। ଏ ପର୍ଯ୍ୟନ୍ତ ଘଟଣାସ୍ଥଳ ରେ ମର ଶରୀର  ପଡିଛି  କୋରାପୁଟ ରୁ  ସାଇଣ୍ଟିଫିକ  ଦଳ ଆସିଲା ପରେ  ପୋଲିସ  ପକ୍ଷରୁ  ଶବ  ଉଦ୍ଧାର  ହେବ ଓ ଶବ  ବ୍ୟବଚ୍ଛେଦ  ପାଇ କାଲିମେଳା ଗୋଷ୍ଠୀସ୍ବାସ୍ଥ୍ବ କେନ୍ଦ୍ର କୁ ନିଆଯିବ। ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର  କରାଯିବ  ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି


ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ 

Leave A Reply

Your email address will not be published.