ଚିତ୍ରକୋଣ୍ଡା ରେ ଡେଙ୍ଗୁ ଆତଙ୍କ ଲୋକେ ଭୟଭୀତ*ଡେଙ୍ଗୁରେ ଦୁଇ ଜଣ ମୃତୁ ବରଣ କରିଥିବା ଅଭିଯୋଗ


ଚିତ୍ରକୋଣ୍ଡା:-20/05/2022-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ସଦର ମହକୁମାରେ ବର୍ଷା ଦିନ ଆରମ୍ଭ ହେବା କ୍ଷଣି ଅଳ୍ପ କେଇଥର ବର୍ଷା ହୋଇଛି ମାତ୍ର ଚିତ୍ରକୋଣ୍ଡା ସହର ତଥା କଲୋନୀ ରେ ଯାଇଥିବା ଡ୍ରେନ ତଥା ନାଳ ନର୍ଦମା ଗୁଡ଼ିକ ଯାମ ହୋଇ ପାଣି ଜମା ଜମା ହୋଇ ରହିଥିବାରୁ କିଛି ଦିନ ହେଲା ଚିତ୍ରକୋଣ୍ଡା ସହର ତଥା କଲୋନୀରୁ ଚାରି ଜଣଙ୍କର ଡେଙ୍ଗୁ ବାହାରିଥିବା ଏବଂ କିଛି ଡେଙ୍ଗୁ ରୋଗୀ ବିଶାଖାପାଟଣା ରେ ଚିକିଶ୍ଚିତ ହେଉଥିବା ସୂଚନା ମିଳିଛି l

ଲୋ

କଙ୍କର ଡେଙ୍ଗୁ ରୋଗ ଚି଼ହ୍ନଟ ହୋଇଥିବା ଚର୍ଚ୍ଚା ଜୋର ଧରି ଚିତ୍ରକୋଣ୍ଡା ରେ ଡେଙ୍ଗୁ ପାଇଁ ଭୟ ର ବାତାବରଣ ସୃଷ୍ଟି ହୋଇଥିବା ବେଳେ , ଡେଙ୍ଗୁ ରୋଗ ପାଇଁ ଲୋକ ଭୟଭୀତ ହେଉଥିବା ଦେଖିବାକୁ ମିଳୁଛି l ଚିତ୍ରକୋଣ୍ଡା ରେ ଡେଙ୍ଗୁ ରୋଗ ପାଇଁ ଭୟଭିତ ହେଉଥିବାରୁ ଅବିଳମ୍ବେ ଜିଲା ପ୍ରଶାସନ ଡେଙ୍ଗୁ ରୋକିବାକୁ ବିଭିନ୍ନ ପଦକ୍ଷେପ ନେବାକୁ ସାଦରଣ ରେ ଦାବି ହେଉଛି l

ପ୍ରକାଶ ଥାଉକି ଗଲା ବର୍ଷ ମଧ୍ୟ ଅଗଷ୍ଟ ମାସ 2021 ରେ ଚିତ୍ରକୋଣ୍ଡା ରେ ଡେଙ୍ଗୁ ବାହାରି ଲୋକଙ୍କୁ ଆତଙ୍କିତ କରିଥିଲା l ଚଳିତ ବର୍ଷରେ ଦଶ ଦିନ ଭିତରେ ଚିତ୍ରକୋଣ୍ଡାରେ ଡେଙ୍ଗୁରେ ଦୁଇ ଜଣ ମୃତୁ ବରଣ କରିଥିବା ଅଭିଯୋଗ ହେଉଛି l

Leave A Reply

Your email address will not be published.