ଅତିରିକ୍ତ ଗୋଦାମ ଗୃହ ଉଦଘାଟନ..
ବହୁଦିନର ଦାବୀ ପୂରଣ ହେଲା :ଜିଲ୍ଲାପାଳ

ହରଭଙ୍ଗା,୨୦/୦୫ ବୌଦ୍ଧ ଜିଲ୍ଲା
ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଂକୁଲୋଇ ପଂଚାୟତର ବୁଲୁରା ଗ୍ରାମରେ ଆଜି ଅତିରିକ୍ତ ଗୋଦାମ ଗୃହ ଉଦଘାଟିତ ହୋଇଯାଇଛି।ପ୍ରକାଶ ଥାଉକି ସଂକୁଲୋଇ ପଂଚାୟତ ୧୩ଟି ୱାର୍ଡକୁ ନେଇ ଗଠିତ ।ପଂଚାୟତ କାର୍ଯ୍ୟଳୟ ଠାରୁ ୧୫ କି. ମି ଦୂରରେ ୫ଟି ୱାର୍ଡ ଅବସ୍ଥିତ ଯଥା -ମଲ୍ଲିକପଡ଼ା, ପାଣିଘରା, ରାଉତପଡ଼ା, ଓ ବୁଲୁରା ଆଦି ଅଟେ। ଏହି ସବୁ ୱାର୍ଡ ଠାରୁ ପଂଚାୟତ କାର୍ଯ୍ୟଳୟର ଦୂରତା ୧୫କି. ମି ଅଟେ ଏଣୁ ଏହି ୱାର୍ଡ ବାସୀ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଇଁ ଘାଟି, ପର୍ବତ ଦେଇ ପଂଚାୟତକୁ ବହୁ କଷ୍ଟରେ ଯିବାଆସିବା କରିଥାନ୍ତି।ବହୁ ଦିନରୁ ୱାର୍ଡବାସୀ ଏ ସମ୍ପର୍କରେ ଦାବୀ ଆପତ୍ତି କରିଆସୁଥିଲେ। ବୁଲୁରା ଠାରେ ଏକ ଅତିରିକ୍ତ ଗୋଦାମ ଗୃହ କରି ୫ଟି ୱାର୍ଡ ବାସୀଙ୍କୁ ଚାଉଳ ଯୋଗାଇ ଦେବାପାଇଁ ଏହି ସମସ୍ୟାକୁ ଗୁତୁତ୍ୱ ନେଇ ବୌଦ୍ଧ ବିଧାୟକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସଂକୁଲୋଇ ପଂଚାୟତର ବୁଲରା ଗ୍ରାମରେ ଅତିରିକ୍ତ ଗୋଦାମ ଗୃହ ମଞ୍ଜୁରୀ କରିଥିଲେ।ଏହି ଅବସରରେ ଆଜି ଏହି ଗୋଦାମଗୃହ ଉଦଘାଟନ ହୋଇଛି। ଫଳରେ ୫ଟି ୱାର୍ଡର ୨୦୦୦ ଲୋକ ଉପକୃତ ହୋଇପାରିବେ ।ଆଜି ଉଦଘାଟନୀ ଉତ୍ସବରେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, ଜିଲ୍ଲପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ, ସଂକୁଲୋଇ ପଂଚାୟତ ସରପଞ୍ଚ ସୁଶ୍ରୀତା ଛନ୍ଦା, ସମିତିସଭ୍ୟ ରଶ୍ମିତା ମହାକୁଡ଼ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହି ଅବହିତ ପଂଚାୟତର ୫ ଟି ୱାର୍ଡ ପାଇଁ ସପ୍ତାହରେ ଗୋଟିଏ ଦିନ ଏହି ଅଂଚଳରେ ପଂଚାୟତ କାର୍ଯ୍ୟାଳୟ କରି ଲୋକଙ୍କ ଅଭିଯୋଗ ଓ ସମସ୍ୟା ଆଦି ସମାଧାନ ପାଇଁ ପଂଚାୟତ କାର୍ଯ୍ୟାଳୟ ଖୋଲିବା ପାଇଁ ସରପଞ୍ଚଙ୍କୁ ଜିଲ୍ଲପାଳ ପରାମର୍ଶ ଦେଇଥିଲେ।ହିତାଦିକାରୀଙ୍କୁ ପ୍ରଥମେ ଚାଉଳ ପ୍ରଦାନ କରାଯାଇଥିଲା।ଗୋଦାମ ଗୃହ ହେବାରୁ ଏହି ୫ଟି ୱାର୍ଡର ଲୋକମାନେ ଆନନ୍ଦ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.