୫-ଟି ସ୍କୁଲ ପ୍ରଧାନଶିକ୍ଷକ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମ

ମାଲକାନଗିରି,୨୦/୫ ମାଲକାନଗିରି ଜିଲ୍ଲାର ୨୦ଟି ୫-ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ୮୦ ଜଣ ସରକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ୫ ଦିନିଆ ତାଲିମ କାର୍ଯ୍ୟକ୍ରମ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇ ଆଜି ସମାପ୍ତ ହୋଇ ଯାଇଅଛି । ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ, ମାଲକାନଗିରି ଠାରେ ଏହି କାର୍ଯ୍ୟକ୍ରମ ଦୁଇଟି ଶିବିରରେ ବିଭକ୍ତ ହୋଇ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା ଯୋଗ ଦେଇ ସମସ୍ତ ପ୍ରଧାନ ଶିକ୍ଷକ ଓ ସରକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ଉପଯୁକ୍ତ ଭାବେ ତାଲିମ ନେଇ ନିଜ ନିଜର ଦକ୍ଷତା ବୃଦ୍ଧି କରିବା ସହ ନିଜ ନିଜର ଛାତ୍ର/ଛାତ୍ରୀ ମାନଙ୍କ ଠାରେ ପ୍ରୟୋଗ କରିବା ପାଇଁ କହିଥିଲେ । ଏହି ଦୁଇଟି ତାଲିମ ଶିବିରରେ ସାଧନ କର୍ମୀ ରୂପେ, ଉପ-ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଚିତ୍ତରଂଜନ ପାଣ୍ଡେ, କାଲିମେଳା ବ୍ଲକ ଶିକ୍ଷାଧିକାରୀ ଉମେଶ ଚନ୍ଦ୍ର ବାରୋଇ, ସମଗ୍ର ଶିକ୍ଷା, ଜିଲ୍ଲା କାର୍ଯ୍ୟାଳୟର ଏମ ଆଇ ସି ପ୍ରୋଗ୍ରାମେର ସତ୍ୟବ୍ରତ ମିଶ୍ର ଓ କାଲିମେଳା ବ୍ଲକର ଏମ ଆଇ ଏସ ପ୍ଲାନନି ସଁଯୋଜକ ସଚ୍ଚିଦାନନ୍ଦ ନାୟକ ଯୋଗଦେଇ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ନେତୃତ୍ୱ ବିକାଶ, ଜୀବନ କୌଶଳ, ଶୈକ୍ଷିକ ଦକ୍ଷତା ଓ ଡିଜିଟାଲ ଦକ୍ଷତା ବୃଦ୍ଧି ସଂପର୍କରେ ତାଲିମ ପ୍ରଦାନ କରିଥିଲେ ।
ଶେଷ ଦିବସରେ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା ଉପସ୍ଥିତ ରହି ସମସ୍ତଙ୍କୁ ପୁନଃ ମାର୍ଗଦର୍ଶନ କରି ତାଲିମ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରିର ଶୈକ୍ଷିକ ସଂଯୋଜକ ଶେଷଦେବ ମହାଳିକ ଓ ପିରାମିଲ୍ ଫାଉଣ୍ଡସେନ୍, ମାଲକାନଗିରି ଶାଖାର ସଂଯୋଜକ ଶୁଭ ସଂଯୋଗ ସାହୁ ପରିଚାଳନା କରିଥିଲେ ଓ ସମଗ୍ର ଶିକ୍ଷା, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.