ବୌଦ୍ଧ: ମନ ମୁଣ୍ଡା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ।

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ଗ୍ରାମପଞ୍ଚାୟତ ରେ ମନ ମୁଣ୍ଡା ରଥ ଯାତ୍ରା ହେବା ନେଇ ବିପ୍ର ଚରଣ ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇ ଯାଇଛି।ଚଳିତ ରଥ ଯାତ୍ରା ପରିଚାଳନା କମିଟି ପାଇଁ ସଭାପତି ରଞ୍ଜୁ ବେହେରା ଓ ଉପସଭାପତି ତନୁ ପ୍ରିୟା ସେନାପତି ଙ୍କୁ ଚୟନ କରାଯାଇଛି। ଉକ୍ତ ମନ୍ଦିରଟି ଦେବୋତ୍ତର ଅଧୀନରେ ଥିଲେ ମଧ୍ୟ କୌଣଷି ସାହାଯ୍ୟ ସହଯୋଗ ମିଳୁନଥିବାରୁ ଆଗାମୀ ଦିନରେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଙ୍କୁ ସାକ୍ଷାତକରି ଜଣାଇବାର ନିଷ୍ପତି ମଧ୍ୟ କରାଯାଇଛି। ବୌଦ୍ଧ ଦେବୋତ୍ତର କମିଟିର ନିଯୁକ୍ତି ପ୍ରାପ୍ତ ପୂଜକ ଗୋପୀନାଥ ହୋତା ଙ୍କ ଦେହାନ୍ତ ପରେ ତାଙ୍କର ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣକୁ ପୂଜକ ଭାବରେ ଓ ଅନ୍ୟ ଜଣଙ୍କୁ ସହାୟକ ପୂଜକ ହିସାବରେ ନିଯୁକ୍ତି ଦେବାକୁ ଜିଲ୍ଲା ଦେବତ୍ତର କମିଟି କୁ ସୁପାରିସ କରାଯାଇଛି।ରଥ ଟି ଭାଙ୍ଗି ଯାଇଥିବାରୁ ବୌଦ୍ଧ ବନ ଖଣ୍ଡ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇବାକୁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି। ଏବର୍ଷ ରଥ ଯାତ୍ରା ବହୁତ ଭଲ ଭାବେ ହେବ ବୋଲି ସରପଞ୍ଚ ଓ ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି।ଆଜିର ଏହି ଉକ୍ତ ବୈଠକରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଗଣେଶ ଲୋଇ,କୋଷାଧ୍ୟକ୍ଷ ନରେନ୍ଦ୍ର ମେହେର,ସଭ୍ୟ ନିରଞ୍ଜନ ହୋତା,ଦଶରଥ ମେହେର,ଚନ୍ଦ୍ର ଶେଖର ମେହେର,ସରପଞ୍ଚ ରଞ୍ଜୁ ବେହେରା ସମିତି ସଭ୍ୟ ତନୁ ପ୍ରିୟା ସେନାପତି ଓ ଜାନୀ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.