mobile header

ଅବହେଳା ଅବସ୍ଥା ରେ ବୁଲୁଥିବା ଶିଶୁ ଉଦ୍ଧାର

ବୌଦ୍ଧ,, ବୌଦ୍ଧ ବ୍ଲକ ର ରୁଗୁଡ଼ିଗୁଡା ଗ୍ରାମ, ଖଲିଆପାଲି ପଂଚାୟତ ରୁ ୯ ମାସ ଧରି ଅବହେଳା ଅବସ୍ଥା ରେ ବୁଲୁଥିବା ଶିଶୁ ମାନଙ୍କୁ ମା ସମେତ ଚାଇଲଡଲାଇନ ସେହି ଗ୍ରାମ ର ଲୋକମାନଙ୍କ ଜରିଆରେ ଉଦ୍ଧାର କରାଯାଇଛି. ଉଦ୍ଧାର ପରେ ଜଣା ପଡିଛି ଶିଶୁ ମାନଙ୍କ ର ପିତା ଙ୍କର ନିଖୋଜ ପରେ ଏହି ଶିଶୁ ମାନେ ଅବହେଳI ଅବସ୍ଥା ରେ ବୁଲୁଥିବା ବେଳେ ଗ୍ରାମ ରୁ ସହୃଦୟ ବ୍ୟକ୍ତି କେହିଜଣେ ଚାଇଲଡଲାଇନ କୁ ଖବର ଦେଇଥିଲେ ସଙ୍ଗେ ସଙ୍ଗେ ଚାଇଲଡଲାଇନ ଖବର ପାଇ ଶିଶୁ ମାନଙ୍କ ସହ ମା ଙ୍କୁ ଉଦ୍ଧାର କରି କିଛି ଦିନ ପାଇଁ ଆଶ୍ରୟ ସ୍ଥଳୀ ରେ ରଖେଇଛନ୍ତି. ଯଥା ଶୀଘ୍ର ପରେ ଶିଶୁ ମଙ୍ଗଳ ସମିତିରେ ସେମାନଙ୍କୁ ହାଜର କରାଇ ପରବର୍ତୀ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଚାଇଲଡ ଲାଇନ ବୌଦ୍ଧ ରୁ ଜଣା ପଡିଛି l

Leave A Reply

Your email address will not be published.