mobile header

ବୌଦ୍ଧଜିଲ୍ଲା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ

ହରଭଙ୍ଗା ୨୨/୫- ବୌଦ୍ଧଜିଲ୍ଲା କ୍ରିକେଟ ଆସୋସିଏନସର ବାର୍ଷିକ ସାଧାରଣ ବୈଠକ ଆଜି ପୁରୁଣାକଟକସ୍ଥିତ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଲମ୍ବୋଦର ପୁରୋହିତ ସ୍ୱାଗତ ଭାଷଣ ପ୍ରଦାନ କରିବାସହ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ । ସଭାପତି ଯୁଗଳ କିଶୋର ସାମଲ ସଭାରେ ସଭାପତିତ୍ୱ କରିଥିଲେ । ଏହି ବାର୍ଷିକ ସାଧାରଣ ବୈଠକରେ ଅନେକ ସାଙ୍ଗଠାନିକ ନିଷ୍ପତ୍ତି ନିଆଯିବାସହ ଜିଲ୍ଲାରେ କ୍ରିକେଟ ଖେଳର ଉନ୍ନତି ପାଇଁ ବିଶଦ୍‌ ଭାବେ ଆଲୋଚନା କରାଯାଇଥିଲା । ଭୈରବୀକ୍ଲବ ପୁରୁଣାକଟକର କର୍ମକର୍ତ୍ତା ଜିଲ୍ଲାକ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା କରିବାସହ କ୍ରିକେଟର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ଅନ୍ତରୀଣ କମିଟି ସଦସ୍ୟ ଦିବ୍ୟଶଙ୍କର ରାଉତ, ଉପ-ସଭାପତି ନିରଞ୍ଜନ ମେହେର, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦୀପ କୁମାର ଡାଙ୍ଗ, ଅଜମତ୍‌ ଖାନ ପ୍ରମୁଖ ମଞ୍ଚାସୀନ ଥିଲେ । ଆଜିର ବୈଠକରେ ଜିଲ୍ଲାକ୍ରିକେଟ ଆସୋସିଏସନର ବହୁ ବରିଷ୍ଠ ସଦସ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭାଶେଷରେ ଉପ-ସଭାପତି ନିରଞ୍ଜନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.