mobile header

ଚଳନ୍ତା ରେଳଗାଡ଼ି ଭିତରେ ବିବାହ ବାର୍ଷିକି ପାଳନ କଲେ ଦମ୍ପତି

ସମ୍ବଲପୁରରେ ଚଳନ୍ତା ଟ୍ରେନର ବଗି ଭିତରେ ବିବାହ ବାର୍ଷିକି ପାଳନ କରାଯାଇଛି। ଏପରି ନିଜର ନିଆରା ବିବାହ ବାର୍ଷିକି ପାଳନ କରିଛନ୍ତି ସୁନିଲ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ରଞ୍ଜିତା ପଟ୍ଟନାୟକ। ସୁନ୍ଦରଗଡ଼ ସହରର ମୂଳ ବାସିନ୍ଧା ସୁନିଲ ପଟ୍ଟନାୟକ ଏବେ ଭୁବନେଶ୍ୱରରେ ରହୁଛନ୍ତି। ସେ ନିଜର ବିବାହ ବାର୍ଷିକିକୁ ପ୍ରତିବର୍ଷ ଭିନ୍ନ ଡଙ୍ଗରେ ପାଳନ କରି ଚର୍ଚ୍ଚାରେ ରହି ଆସିଛନ୍ତି । ଏଥର ସେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଟ୍ରେନ ଭିତରେ ଥିବା ସହଯାତ୍ରୀଙ୍କ ଗହଣରେ ପାଳନ କରିଥିଲେ। ପଟ୍ଟନାୟକ ଦମ୍ପତି ତାଙ୍କର ୩୬ ତମ ବିବାହ ବାର୍ଷିକିକୁ ଏପରି ନିଆରା ଢଙ୍ଗରେ ପାଳନ କରିଥିବାରୁ ଏବେ ତାଙ୍କୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି । ପୂର୍ବରୁ ମଧ୍ୟ ପଟ୍ଟନାୟକ ଦମ୍ପତି ଉଡ଼ାଜାହାଜ ଓ ଚିଲିକାରେ ବୋଟ ଭିତରେ ବିବାହ ବାର୍ଷିକି ପାଳନ କରିବାର ଉଦାହରଣ ରହିଛି ।

Leave A Reply

Your email address will not be published.