mobile header

ବର୍ଷା- ଅନୁଭବ ବିବାଦରେ ପଶିଲେ ବିଜେପି ନେତ୍ରୀ କୁସୁମ ଟେଟେ : ଅସଲ ଜୀବନରେ ମହିଳାଙ୍କୁ ଦିଅନ୍ତି ନାହିଁ ସମ୍ମାନ

ସାଂସଦ ଅନୁଭବଙ୍କ ନାଁରେ ବର୍ଷା ପ୍ରିୟଦର୍ଶିନୀ ଏତଲା ଦେବା ପରେ ଅନୁଭବଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ଅନୁଭବ ରିଲ ଲାଇଫରେ ସୁନ୍ଦର ଅଭିନୟ କରନ୍ତି, ହେଲେ ସେ ରିୟଲ ଲାଇଫରେ ସମ୍ପୂର୍ଣ୍ଣ ଭିନ୍ନ । ପ୍ରଥମେ ସେ ମହିଳାଙ୍କୁ ସମ୍ମାନ ଦେଇ ଶିଖନ୍ତୁ ବୋଲି କହିଛନ୍ତି କୁସୁମ ଟେଟେ ।

ଏହା ସହ କୁସୁମ ଟେଟେ କହିଛନ୍ତି, ବିଜେଡି କେବଳ ବାହାରେ ମା’ଙ୍କୁ ସମ୍ମାନର କଥା କହିଥାଏ । ମାତ୍ର ନିଜ ଘରେ ଘଟୁଥିବା ଏପରି ଘଟଣା ପ୍ରମାଣ କରୁଛି ମା’ଙ୍କୁ କିପରି ସମ୍ମାନ ଦିଆଯାଉଛି । ପ୍ରଥମେ ଘରେ ମା’କୁ ସମ୍ମାନ ଦେଇ ଶିଖନ୍ତୁ ଆଉ ସମାଧାନ କରନ୍ତୁ ପରେ ବାହାର ଲୋକଙ୍କୁ କହିବେ ବୋଲି କୁସୁମ ଟେଟେ କହିଛନ୍ତି ।

Leave A Reply

Your email address will not be published.