mobile header

ପୁଣି ଚର୍ଚ୍ଚାରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା : ସକାଳୁ ସକାଳୁ ବାପାଙ୍କ ସହ ମର୍ଣିଂ ୱାକ୍

ଜଗା କରୁଛି ଜଗିଂ । ବାପାଙ୍କ ହାତ ଧରି ପ୍ରାତଃଭ୍ରମଣରେ ସହର ବୁଲୁଛି ଜଗା । ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଏବେ ସୁସ୍ଥ ହେବାରେ ଲାଗିଛି । ସବୁଦିନ ସକାଳେ ବାପାଙ୍କ ସହ ମିଶି ରାସ୍ତାରେ ଚାଲୁଛି ଜଗା । ଗତବର୍ଷ ମାର୍ଚ୍ଚ ୨୩ ତାରିଖରେ ଜଗା କଟକ ବଡ଼ ମେଡିକାଲରୁ ଡିସଚାର୍ଜ ହୋଇ ଫୁଲବାଣୀ ଫେରିଥିଲା ।

ଏହା ପରଠୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଶିଶୁ ସ୍ୱାସ୍ଥ୍ୟ ୟୁନିଟର ସ୍ୱତନ୍ତ୍ର କ୍ୟାବିନରେ ରହୁଛି ଜଗା । ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଥିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଥିବା କହିଛନ୍ତି ଫୁଲବାଣୀ ଏଡିଏମଓ । ମୋବାଇଲ ଧରି ଗେମ୍ ଖେଳିବା ସହ ପ୍ରତିଦିନ ବୁଲାବୁଲି କରୁଛି ଜଗା ।

Leave A Reply

Your email address will not be published.