mobile header

ମୋ’ ଘର ଛାଡ଼, ଭଲ ଘର ଦିଆଯିବ

ବର୍ଷା ପ୍ରିୟଦର୍ଶିନୀ ମୋ’ ଘର ଛାଡ଼ନ୍ତୁ, ସେ ଅନ୍ୟତ୍ର ଭଲ ଘର ଭଡ଼ା ନେଇ ରହିଲେ ମୁଁ ଭଡ଼ା ଦେବାକୁ ପ୍ରସ୍ତୁତ ଅଛି।’ ଆଜି କଟକ ଏସଡିଜେଏମ୍‌ କୋର୍ଟରେ ଅନୁଭବଙ୍କ ବିରୋଧରେ ବର୍ଷା ଆଣିଥିବା ଘରୋଇ ନିର୍ଯାତନା ଅଭିଯୋଗର ଶୁଣାଣି ଚାଲିଥିବା ବେଳେ ଏପରି ପ୍ରସ୍ତାବ ଦେଇଛନ୍ତି ଅନୁଭବ ।

ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ରୋଚକ ମୋଡ ନେଉଥିବା ବେଳେ ଆଜି କୋର୍ଟରେ ଥିଲା ଏହାର ଶୁଣାଣି। ସାଂସଦ ଅନୁଭବ ମହାନ୍ତି କୋର୍ଟରେ ଉପସ୍ଥିତ ଥିବା ବେଳେ ବର୍ଷାଙ୍କ ତରଫରୁ ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଏହା ଆଜି କିମ୍ବା ଆସନ୍ତାକାଲି ପ୍ରକାଶିତ ହୋଇପାରେ ବୋଲି ସୂଚନା ମିଳିଛି।

ବର୍ଷା ନିଜ ମୂଳ ଆବେଦନରେ କ୍ଷତିପୂରଣ ଓ ସ୍ୱତନ୍ତ୍ର ରହିବା ବ୍ୟବସ୍ଥା କରିବା କଥା କହିଥିଲେ। ବର୍ଷାଙ୍କ ସ୍ୱତନ୍ତ୍ର ରହିବା ବ୍ୟବସ୍ଥା ଆବେଦନକୁ ଗ୍ରହଣ କରି ନେଇଛନ୍ତି ଅନୁଭବ। ଏବେ ବର୍ଷା ନିଜ ଶାଶୁ ଘରେ ରହୁଥିବା ବେଳେ ସେଠାରେ ତାଙ୍କୁ ସିଙ୍ଗଲ ରୁମ୍‌ରେ ରହିବାକୁ ପଡ଼ୁଛି। ତେଣୁ ଉକ୍ତ ଘର ଛାଡ଼ି ଡବଲ କିମ୍ବା ଟ୍ରିପଲ ବେଡରୁମ୍‌ରେ ରହିବାକୁ ଅନୁଭବ ପ୍ରସ୍ତାବ ଦେଇଥିବା ବେଳେ ଏହାର ଭଡ଼ା ଦେବାକୁ ରାଜି ଥିବା କହିଛନ୍ତି। ଏଥିସହ ବର୍ଷା ସ୍ୱାମୀ ଅନୁଭବଙ୍କଠାରୁ କ୍ଷତିପୂରଣ ଦାବି କରିଥିବା ବେଳେ ନିଜ ଆୟ ଉତ୍ସ ତଥା ଇନକମ୍‌ ସାର୍ଟିଫିକେଟ କୋର୍ଟରେ ଉପସ୍ଥାପନ କରିବାକୁ କହିଛନ୍ତି ଅନୁଭବଙ୍କ ଓକିଲ ।

ଏନେଇ ଅନୁଭବଙ୍କ ପକ୍ଷରୁ କୁହାଯାଇଛି, ଯେଉଁ ଘରେ ଏବେ ବର୍ଷା ରହୁଛନ୍ତି, ତାହା ତାଙ୍କ ବାପାଙ୍କ ନାଁରେ ରହିଛି । ସେଥିରେ ତାଙ୍କ ବାପା, ଭାଇଙ୍କର ମଧ୍ୟ ଭାଗ ରହିଛି। ସେଠାରେ ବର୍ଷା ଜୋରଜବରଦସ୍ତି ରହିବା ଠିକ୍‌ ହେଉ ନ ଥିବାରୁ ସେ ଉକ୍ତ ଘର ଛାଡ଼ି ଦିଅନ୍ତୁ। ଏହା ପରିବର୍ତ୍ତେ ତାଙ୍କ ପାଇଁ ତା’ଠୁ ଭଲ ଘର ବ୍ୟବସ୍ଥା କରି ଦିଆଯିବ ।

ବର୍ଷା ଏବେ ନିଜ ଶାଶୁ ଘରେ ରହୁଥିବା ବେଳେ ସେ ଉକ୍ତ ଘର ଛାଡ଼ି ଦିଅନ୍ତୁ ବୋଲି ବାରମ୍ବାର କୋର୍ଟ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରୁଛନ୍ତି ଅନୁଭବ । ଭାଇ, ବାପା ନ ଥିବାରୁ ଅନ୍ୟତ୍ର ବାହାରେ ରହିପାରିବେନି ବୋଲି କୋର୍ଟରେ ନିଜ ପକ୍ଷ ରଖି କହିଛନ୍ତି ବର୍ଷା। ମାତ୍ର ଏହାକୁ ସହଜେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ଅନୁଭବ । ବର୍ଷାଙ୍କୁ ୨୪ ଘଣ୍ଟିଆ ପୁଲିସ୍‌ ସୁରକ୍ଷା ମିଳୁଥିବାରୁ ଅନ୍ୟତ୍ର ରହିଲେ ତାଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ।

ଏନେଇ ବର୍ଷାଙ୍କ ପକ୍ଷରୁ କୁହାଯାଇଛି, ଏହା ମୋ’ ଶାଶୁ ଘର। ଏଠାରେ ରହିବାକୁ ମୋର ସମ୍ପୂର୍ଣ୍ଣ ଅଧିକାର ଅଛି। କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏଠାରେ ରହିଛି।

Leave A Reply

Your email address will not be published.