mobile header

କଂଗ୍ରେସର ଟାସ୍କ ଫୋର୍ସ ୨୦୨୪ ରେ ପ୍ରିୟଙ୍କା ଗାନ୍ଧୀଙ୍କ ଏଣ୍ଟ୍ରି

ଦେଶର ସବୁଠାରୁ ପୁରାତନ ରାଜନୈତିକ ଦଳ କଂଗ୍ରେସ ଏବେ ନେତୃତ୍ୱ ସଂକଟକୁ ନେଇ ଚିନ୍ତାରେ ପଡିଛି । ଏଭଳି ସମୟରେ ଦଳର କିଛି ନେତା ସୋନିଆ ଗାନ୍ଧୀଙ୍କୁ ଦଳର ସଭାପତି ପଦ ଛାଡିବାକୁ ପ୍ରସ୍ତାବ ଦେଇଛନ୍ତି । ହେଲେ ଦଳ ଏବେ ପଲଟିକାଲ ଆଫାୟର ଗ୍ରୁପ ଓ ଟାସ୍କ ଫୋର୍ସ-୨୦୨୪ ଗଠନ କରିଛି । ପଲଟିକାଲ ଆଫାୟର ଗ୍ରୁପରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ମିଳିଥବା ବେଳେ ଟାସ୍କ ଫୋର୍ସ-୨୦୨୪ ରେ ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ ସଦସ୍ୟତା ମିଳିଛି । ସେପଟେ ‘ଭାରତ ଯୋଡ’ ଅଭିଯାନରେ ଦଳର ବରିଷ୍ଠ ନେତା ଦିଗବିଜୟ ସିଂ ଓ ଯୁବନେତା ସଚିନ ପାଇଲଟଙ୍କୁ ସ୍ଥାନ ମିଳିଛି ।

କହିରଖୁ କି କିଛିଦିନ ତଳେ କଂଗ୍ରେସ ପକ୍ଷରୁ ରାଜସ୍ଥାନର ଉଦୟପୁର ଠାରେ ଏକ ଚିନ୍ତନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ଦଳ ଭିତରେ ନେତୃତ୍ୱ ପରିବର୍ତ୍ତନ ସହ ସାଂଗଠାନିକ ନେତୃ୍ତ୍ୱରେ କିଛିଟା ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି କ୍ରମରେ ଦଳ ଏବେ ୨୦୨୪ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ୩ ଟି ଗ୍ରୁପ ଗଠନ କରିଛି ।

ପଲିଟିକାଲ ଆଫାୟର ଗ୍ରୁପ : ଏହି ଗ୍ରୁପରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ଗୁଲାମନବୀ ଆଜାଦ, ଅମ୍ବିକା ସୋନୀ, ଦିଗବିଜୟ ସିଂ, ଆନନ୍ଦ ଶର୍ମା, କେ.ଶି ବେଣୁଗୋପାଳ, ଜିତେନ୍ଦ୍ର ସିଂ ସ୍ଥାନ ପାଇଛନ୍ତି ।

ଟାସ୍କ ଫୋର୍ସ -୨୦୨୪ : ପି ଚିଦାମ୍ବରମ୍, ମୁକୁଲ ବାସନିକ, ଜୟରାର ରମେଶ, କେ.ଶି ବେଣୁଗୋପାଳ, ଅଜୟ ମାକେନ, ପ୍ରିୟଙ୍କା ଗାନ୍ଧୀ, ରଣଦୀପ ସୁରଜୱାଲା, ସୁନିିଲ କାନୁଗୋଲ ସ୍ଥାନ ପାଇଛନ୍ତି ।

ଭାରତ ଯୋଡ ଯାତ୍ରା : ଦିଗବିଜୟ ସିଂ, ସଚିନ ପାଇଲଟ, ଶଶି ଥରୁର୍, ରମ୍ବିତସିଂ ବିଟ୍ଟୁ, କେଜେ ଜର୍ଜ, ଜୌଥୀ ମାନୀ, ପ୍ରଦ୍ୟୁମ୍ନ ବୋଲଦୋଲାଇ, ଜିତୁ ପଟୱାରୀ ଓ ସଲିମ ଅହମ୍ମଦଙ୍କ ଭଳି ନେତା ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.