mobile header

କଣ୍ଟାମାଳ:ଗୋଷ୍ଠୀ ଶୌଚାଳୟ ସାଜିଛି ଭୂତ କୋଠୀ,କେବେ କାର୍ଯ୍ୟକ୍ଷମ ହେବ

କଣ୍ଟାମାଳ,- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଗୋଷ୍ଠୀ ଶୌଚାଳୟ ଟି କାର୍ଯ୍ୟକ୍ଷମ ନ ହୋଇ ଭୂତ କୋଠିରେ ପରିଣତ ହୋଇଛି । କାମ ସଂପୂର୍ଣ୍ଣ ହେବାର ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ନ ହେବାରୁ ରୋଗୀଙ୍କ ସହ ତାଙ୍କର ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୌଚାଳୟ ରେ ପାଣି ଟାଙ୍କି , ପାଇପ , ଟ୍ୟାପ୍ ସହ ଅତ୍ୟାବଶ୍ୟକୀୟ ଭିତ୍ତିଭୂମି ସଂପୂର୍ଣ୍ଣ ହୋଇ ଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ଆମେ କଣ୍ଟାମାଳ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ମୁଁ ଜାଣି ନାହିଁ ବୁଝିକି କହିବି ବୋଲି କହିଥିବା ବେଳେ କଣ୍ଟାମାଳ ବିଡ଼ିଓ କଳାକୃଷ୍ନ ପ୍ରଧାନ ଙ୍କୁ ପଚାରିବାରୁ ମୁଁ ତଦନ୍ତ କରି ଅତି ଶୀଘ୍ର ପଦକ୍ଷେପ ନେବାକୁ ପ୍ରକାଶ କରିଥିଲେ ।ଘଟଣା ସମ୍ପର୍କରେ ଆମେ ମନମୁଣ୍ଡା ସରପଞ୍ଚ ରଞ୍ଜୁ ବେହେରା ଙ୍କ ପ୍ରତିକ୍ରିୟା ନେବାରୁ ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ଏଠାରେ ଦେଖିବାକୁ ବାକି ରହିଲା ମନ ମୁଣ୍ଡା ଅଞ୍ଚଳର ପ୍ରତ୍ୟେକ ଜନ ହିତାଧି କାରି କାର୍ଯ୍ୟ ବିପଥ ଗାମୀ ହେଉଥିବା ବେଳେ କେବେ କାର୍ଯ୍ୟ କ୍ଷମ ହେଉଛି ଏ ଗୋଷ୍ଠୀ ଶୌଚାଳୟ ଆଉ କେବେ ଶୁଭ ସୃଷ୍ଟି ପଡୁଛି ପ୍ରଶାସନର।

Leave A Reply

Your email address will not be published.