ପୁରୀରେ ବିକାଶ ନାଁରେ ବିଲୁପ୍ତ ମାର୍ଗ ପ୍ରଶସ୍ତ ହେଉଛି: ଶଙ୍କରାଚାର୍ଯ୍ୟ

ପୁରୀରେ ବିକାଶ ନାଁରେ ବୋବାଲ୍ ମଚାଯାଉଛି। ଏହି ପବିତ୍ର ଭୂମିର ଅସ୍ତିତ୍ୱ ଏବଂ ଆଦର୍ଶର ବିଲୋପର ମାର୍ଗ ପ୍ରଶସ୍ତିକରଣ କରାଯାଉଛି। ଆମେ ବିକାଶର ପକ୍ଷରେ। କିନ୍ତୁ ତୀର୍ଥସ୍ଥଳର ଆଦର୍ଶ ଆଉ ଅସ୍ତିତ୍ୱ ବିଲୋପ ହୋଇଯାଉ, ତା ସପକ୍ଷରେ ଆମେ ନୋହୁଁ। ଏଭଳି ଢଙ୍ଗରେ ସିଧାସଳଖ ବର୍ଷିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ପୁରୀରେ ବିକାଶ ନାଁରେ ବିଲୁପ୍ତ ମାର୍ଗ ପ୍ରଶସ୍ତ ହେଉଛି। ଶାସନତନ୍ତ୍ରର ଦାୟିତ୍ୱ ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ ନ କରିବା। ଆମେ ବିକାଶ ଚାହୁଁଛୁୂ; ପରନ୍ତୁ ଅସ୍ଥିତ୍ୱ ବିଲୋପର ପକ୍ଷରେ ନାହୁଁ। ଶାସନତନ୍ତ୍ର ମାର୍ଗ ପ୍ରଶସ୍ତ ନାଁରେ ମଠଗୁଡ଼ିକୁ ଭାଙ୍ଗିଦେଲେ। ଦେବୀ ଦେବତା ମନ୍ଦିର ବି ବିଲୁପ୍ତ କରି ଦିଆଯାଉଛି। ଶାସନତନ୍ତ୍ର ଲୋକମତକୁ ନେଇ ବଳଶାଳୀ ଭାବିବା ଅନୁଚିତ୍। ଲୋକମତ କେବେ ବି ହ୍ରାସ ପାଇପାରେ।

ସେ ଆହୁରି କହିଛନ୍ତି ଯେ ପୁରୀ ହେଉଛି ଧାର୍ମିକ ରାଜଧାନୀ; ଏହାର ବିକୃତ ଓ ବିଲୁପ୍ତ କରା ନ ଯାଉ। ମାର୍ଗ ପ୍ରଶସ୍ତ ନାଁରେ ପ୍ରଦର୍ଶନସ୍ଥଳୀ ଓ ପିକନିକସ୍ଥଳୀ କରିବା ଠିକ୍ ନୁହେଁ। ତପସ୍ଥଳୀକୁ ଭୋଗସ୍ଥଳୀ କଲେ ଦେବୀ ଦେବତା କୋପ କରିବେ। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମୋ କଥାକୁ ଅନୁଧ୍ୟାନ କରନ୍ତୁ। ମଠ ଭଙ୍ଗା ପାଇଁ ଦୁଃଖପ୍ରକାଶ କରନ୍ତୁ; ଭବିଷ୍ୟତରେ ଆଉ ନ କରନ୍ତୁ।

Leave A Reply

Your email address will not be published.