mobile header

ଟେଲ୍‌ପ୍ଲାଜା ଫାଷ୍ଟଟ୍ୟାଗ୍‌ରେ ଠକେଇ

ନୟାଗଡ଼ : ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ନଂ ୫୭ର ରଙ୍ଗମାଟିଆ ଠାରେ ଥିବା ଟୋଲପ୍ଲାଜାରେ ଫାଷ୍ଟଟ୍ୟାଗ୍‌ରେ ଏଡି ସଡକପଥ ଦେଇ ଯାତାୟତ କରୁଥିବା ଗାଡି ମାଲିକ ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗରୁ ପ୍ରକାଶ ଫାଷ୍ଟଟ୍ୟାଗ୍ ପଞ୍ଜିକୃତ କରିବାକୁ ହେଲେ ଜଣେ ଗାଡି ମାଲିକକୁ ଆବଶ୍ୟକ ଅନୁଯାୟୀ ଗାଡିର ଆର୍‌ସି ବୁକ୍‌, ଆଧ।।ର କାର୍ଡକୁ ନିଆଯାଇଥାଏ । ଗାଡି ନମ୍ବରରେ ଫାଷ୍ଟଟ୍ୟାଗ୍ କରିବା ନିମନ୍ତେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କ ପଞ୍ଜିକରଣ କାର୍ଯ୍ୟ କରିବାକୁ କେନ୍ଦ୍ର ଭୁପୃଷ୍ଟ ଓ ଯୋଗାଯୋଗ ମନ୍ତ୍ରଣାଳୟ ଆଦେଶ ଦେଇଛି । ମାତ୍ର ଦଶପଲ୍ଲାର ରଙ୍ଗାମଟିଆ ଟୋଲ୍ ପ୍ଲାଜାରେ ଏହାର ବ୍ୟତିକ୍ରମ ଦେଖିମାକୁ ମିଳିଛି । ଏଠାରେ ପଞ୍ଜିକରଣ ସମୟରେ କମ୍ ଟଙ୍କାର ବାଲାନ୍ସ ଗାଡି ମାଲିକଙ୍କ ଆକାଉଣ୍ଟକୁ ଛାଡି ପଞ୍ଜିକରଣ ସମ୍ପୂର୍ଣ୍ଣ ମାଗଣା ଥିବାବେଳେ ଏ ବାବଦ ମଧ୍ୟ ଅର୍ଥ ଅସୁଲ କରାଯାଉଥିବା ବହୁ ଅଭିଯୋଗ ଦେଖିବାକୁ ମିଳିଛି । ଏପରିକି ୧୦୦ ଟଙ୍କା ରିଚାର୍ଜ କରି ଜଣେ ଜଣେ ମାଲିକଙ୍କ ଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଠକେଇ କରୁଥିବା ଗୁରୁତର ଅଭିଯୋଗ ହେଉଛି । ଏଠାରେ ନିୟୋଜିତ ୨ଜଣ ଷ୍ଟାଫ୍ ଟ୍ୟାଗ୍ କର୍ମଚାରୀ ସ୍ୱୟଂସମ୍ପୂର୍ଣ୍ଣ କମ୍ପାନୀ କିମ୍ବା ଦରମା ଏ ବାବଦରେ ପାଇଥାନ୍ତି । ତେଣୁ ସେ କୌଣସି ଅଧିକ ଟଙ୍କା ନେବାର ନିୟମ ନଥିଲେ ମଧ୍ୟ ଖୋଲାଖୋଲି ଭାବେ ଏହା ଏକ ବ୍ୟବସାୟରେ ପରିଣତ ହୋଇଥିବା ଅଭିଯୋଗରୁ ପ୍ରକାଶ । ଏହି ଶୋଷଣ ଯୋଗୁଁ ପଶ୍ଚିମ ଓଡ଼ିଶାରୁ ରାଜ୍ୟ ରାଜଧାନୀକୁ ଯାତାୟତ କରୁଥିବା ପ୍ରତିଦିନ ଗାଡିଗୁଡ଼ିକ ଏ ବାବଦ ଠକେଇର ଶିକାର ହେଉଛନ୍ତି । ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି ।

Leave A Reply

Your email address will not be published.