mobile header

ଓଡ଼ିଶାରେ ଦଳ ହାରିଥିବା ୧୩ଟି ସଂସଦୀୟ କ୍ଷେତ୍ର ପାଇଁ ବିଜେପିର ଯୋଜନା, ଗାଁ ଗାଁରେ ରହିବେ କେନ୍ଦ୍ରମନ୍ତ୍ରୀ


ନୂଆଦିଲ୍ଲୀ: ୨୦୧୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୮ଟି ସଂସଦୀୟ କ୍ଷେତ୍ରରେ ବିଜୟ ଲାଭ କରିଥିବା ବେଳେ ୧୩ଟିରେ ପରାଜିତ ହୋଇଥିଲା | ଆଉ ୨୦୨୪ରେ ଏହି ୧୩ଟି ଆସନରେ କିଭଳି ବିଜେପି ବିଜୟ ହାସଲ କରିବ ସେ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେପି | ବିଶେଷ କରି ଦେଶରେ ୧୪୪ଟି ଆସନରେ ହାରିଥିବା ବିଜେପି କିଭଳି ୨୦୨୪ ନିର୍ବାଚନରେ ଜିତିବ ସେସଂକ୍ରାନ୍ତରେ ଯୋଜନା ପ୍ରସ୍ତୁତ କରିଛି | ଏଥିପାଇଁ ବିଜେପି ୧୪୪ଟି ଆସନକୁ ୪୦ଟି କ୍ଲଷ୍ଟରରେ ବିଭକ୍ତ କରିଛି। ପ୍ରତ୍ୟେକ କ୍ଲଷ୍ଟରର ଦାୟିତ୍ୱ ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କୁ ଦିଆଯାଇଛି।ମଧ୍ୟରୁ ପଶ୍ଚିମବଙ୍ଗର ୧୯ଟି ଲୋକସଭା ଆସନ, ଉତ୍ତରପ୍ରଦେଶରେ ୧୫ଟି ଆସନ, ମହାରାଷ୍ଟ୍ରର ୮ଟି ସିଟ୍, ତେଲେଙ୍ଗାନାରେ ୧୨ଟି, ପଞ୍ଜାବରେ ୩ଟି ଓ ଓଡିଶାରେ ୧୩ଟି ସିଟ୍ ଉପରେ ବିଶେଷ ଧ୍ୟାନ ଦିଆଯିବ। ଆଉ ଯୋଜନା ମୁତାବକ ଏହି ସବୁ ଅଞ୍ଚଳରେ ପରିଚାଳନା ଦାୟିତ୍ବରେ କେନ୍ଦ୍ରମନ୍ତ୍ରୀମାନେ ରହିବେ | କେନ୍ଦ୍ର ମନ୍ତ୍ରୀମାନେ ଏହି ସବୁ ଅଞ୍ଚଳରେ ଡେରା ପକାଇବେ ଏବଂ ସରକାରଙ୍କ ସଫଳତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବେ।ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ଲୋକସଭା ଆସନରେ ଅତିକମରେ ୩ଦିନ ରହିବେ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏହା ବ୍ୟତୀତ ଦୁର୍ବଳ ବୁଥଗୁଡ଼ିକର ଦାୟିତ୍ୱ ସାଂସଦ ଏବଂ ବିଧାୟକଙ୍କୁ ଦିଆଯିବ |୨୦୧୯ ଲୋକସଭା ନିର୍ବାଚନରେ ​​ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନରେ ଥିବା ଆସନରେ ବିଜୟ ହାସଲ ଲାଗି ବିଜେପି ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଛି।

Leave A Reply

Your email address will not be published.