mobile header

ମଝି ଚିଲିକାରେ ଫସିଲା ଡଙ୍ଗା, ଅଟକିଛନ୍ତି ୪୦ ଯାତ୍ରୀ

ପୁରୀ: ମଝି ଚିଲିକାରେ ଫସିଲା ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁ ସମୁଦ୍ର ଭିତରେ ଏକ ଦେଶୀ ଡଙ୍ଗା ଅଟକି ରହିଛନ୍ତି । ସେଥିରେ ଅଛନ୍ତି ୪୦ ଜଣ ଯାତ୍ରୀ । ସେଥିରେ ୯ଟି ବାଇକ୍ ବି ରହିଛି । ଡଙ୍ଗାକୁ କିଭଳି କୂଳକୁ ଅଣାଯିବ ସେନେଇ ଅହରହ ଉଦ୍ୟମ ଜାରି ରଖିଛନ୍ତି ନାଉରୀ ।

ଆଜି ସକାଳେ ଏକ ଦେଶୀ ଡଙ୍ଗା ଜହ୍ନିକୁଦରୁ ସାତପଡ଼ା ଅଭିମୁଖେ ବାହାରିଥିଲା । ଏଥିରେ ୪୦ ଜଣ ଯାତ୍ରୀ ଓ ୯ଟି ବାଇକ୍ ଯାଇଥିଲା । ଦେଢ଼ କିଲୋମିଟର ଯିବା ପରେ ଡଙ୍ଗାରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଫଳରେ ଡଙ୍ଗା ଆଉ ଆଗକୁ ବଢ଼ି ପାରି ନଥିଲା । ନାଉରୀ କାତ ମାରି ଡଙ୍କାକୁ କୂଳକୁ ଆଣିବା ପାଇଁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.