mobile header

ମାଲକାନଗିରି ପୋଲିସ ତରଫରୁ “ଆମ ପୋଲିସ ସମିତି ବୈଠକ”

ମାଲକାନଗିରି,
ମାଲକାନଗିରି ଥାନା ପକ୍ଷରୁ ଆମ ପୋଲିସି ସମିତି ବୈଠକ ଆଦର୍ଶ ଥାନା ପରିସରରେ ଆୟୋଜିତ ହୋଇ ଯାଇଛି । ଏହି ବୈଠକରେ ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକ୍ରମରେ ମାଲକାନଗିରି ପୌରାଧକ୍ଷ ମନୋଜ ବାରିକ ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇଥିଲେ । ଆଜିର ଏହି ସଭାରେ ସାଇବର ଅପରାଧୀ କିଭଳି ରୂପେ ମେଲ, ଫେସବୁକ ତଥା ସୋସିଆଲ ମିଡିଆରେ ବିଭିନ୍ନ ଲିଙ୍କ ପ୍ରଦାନ କରି ଲକ୍ଷ ଲକ୍ଷ ଟଙ୍କା ହଡପ କରୁଛନ୍ତି , ଟାୱାର ବସାଇବା, ଏଟିଏମ କାର୍ଡ ନବୀକରଣ ଏବଂ ବ୍ୟାଙ୍କିଙ୍ଗ, ଲଟେରୀ, ଚାକିରୀ ବାବଦରେ କହି ଠକେଇ କରୁଛନ୍ତି କିପରି ସତର୍କତା ଅବଲମ୍ବନ କରିବା ବୈଠକରେ ବିଶେଷ ରୂପେ ଆଲୋଚନା ହୋଇଥିଲା । ସେହିପରି ପୋଲିସ ଆମ ସୁରକ୍ଷା ପାଇଁ ସଦା ସର୍ବଦା ତତ୍ପର, ଆମେ ପୋଲିସ ସହ ମିଳିମିଶି କରି ଚଳିଲେ ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ପୌରାଧକ୍ଷ ଶ୍ରୀ ବାରିକ ମତ ରଖିଥିଲେ । ଆଜିର ବୈଠକରେ ଏକ ନମ୍ବର ୱାର୍ଡର ୱାର୍ଡ ମେମ୍ବର ପେଣ୍ଡ୍ର। ପ୍ରସାଦ ପଣ୍ଡା, ଶିଖପାଲି ସରପଞ୍ଚ ବିଜୟ କବାସୀ , ଏସ ଆଇ ଗିରିଶ ଚନ୍ଦ୍ର ମହାରଣା, ପ୍ରଭାତ ଗୌଡ଼, ଗିରୀଶ ସାରକା ଓ ମହିଳା ଏସ ଏସ ଆଇ ମିନାଖି ଦାସଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.