mobile header

ମୀରା ମା’

ମୀରା ପରିଡ଼ାଙ୍କୁ କିଏ ବା ନ ଜାଣେ! ନିଜର ସଙ୍ଘର୍ଷପୂଣ୍ଣ କାହାଣୀକୁ ନେଇ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏବେ ମୀରା ପରିଡ଼ାଙ୍କ ଉପରେ ନିର୍ମିତ ହେଉଛି ଏକ ହିନ୍ଦୀ ଚଳଚ୍ଚିତ୍ର ଯାହାର ଶୀର୍ଷକ ରହିଛି ‘ମୀରା ମା’। ଏସ୍. ଆର ଏଣ୍ଟରପ୍ରାଇଜ୍ ଓ ଜି. କେ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ର ମିଳିତ ସହଯୋଗରେ ନିର୍ମାଣ ହେଉଥିବା ଏଇ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି ମୁମ୍ବାଇରେ ଅବସ୍ଥାପିତ ଓଡ଼ିଆ ଅଭିନେତ୍ରୀ ସ୍ବପ୍ନା ପତି।

ନିକଟରେ ମୁମ୍ବାଇରେ ଏହାର ପୋଷ୍ଟର୍‌ ରିଲିଜ୍‌ ହେଇଛି। ରାସ୍ତାକଡ଼ରୁ ଆରମ୍ଭ ହେଇଥିବା ଜୀବନ କିପରି ଆଜି ପର୍ଯ୍ୟନ୍ତ ସତେଜ ରହିଛି ତାହା ମୀରା ମା’ଙ୍କ କାହାଣୀରେ ଦେଖିବାକୁ ମିଳିବ। ଏହାର ପ୍ରଯୋଜନା କରିଛନ୍ତି ରାଜେଶ ମହାନ୍ତି। ‘ଅନ୍ତର୍ଧ୍ବନି’ ଚଳଚ୍ଚିତ୍ର ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ତଥା ପ୍ରଶଂସିତ ରାଜେଶ ଏଥର ଓଡ଼ିଶାର କାହାଣୀକୁ ନେଇ ସିନେମା ନିର୍ମାଣ କରୁଛନ୍ତି। ଏହାର ସୁଟିଂ ଦିଲ୍ଲୀ ଓ ବମ୍ବେର ବିଭିନ୍ନ ଅଞ୍ଚଳରେ ହେବ ବୋଲି ସେ କହିଛନ୍ତି।। ମୀରା ପରିଡ଼ା ଅଭିନେତ୍ରୀ ସ୍ବପ୍ନାଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି। ସ୍ବପ୍ନା କହିଛନ୍ତି, ପ୍ରଥମ ଥର ପାଇଁ ଜଣେ ଟ୍ରାନ୍ସଜେଣ୍ଡର ଚରିତ୍ରରେ ଅଭିନୟ କରୁଥିବାରୁ ମୁଁ ଉତ୍ସାହିତ ଅଛି।

Leave A Reply

Your email address will not be published.