mobile header

ସ୍ଵାଧିନ ଠିକାଦାର ସଂଘ ପକ୍ଷରୁ ଚିକିତ୍ସା କେନ୍ଦରେ
ଫଳ ବଣ୍ଟନ

ଖୁଣ୍ଟା –
ମୟୁରଭଞ୍ଜ ଜିଲ୍ଲା କପ୍ତି ପଦା ଉପଖଣ୍ଡ ର ସ୍ଵାଧିନ ଠିକାଦାର ସଂଘ , ଉଦଳା ପକ୍ଷରୁ ଖୁଣ୍ଟା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟବଣ୍ଟନ କରାଯାଇଛି । ସଂଘର ସଭାପତି ସିମାନ୍ତ ତ୍ରୀପାଠି ଙ୍କ ନେତୃତ୍ଵରେ ଉପସଭାପତି ପ୍ରାଣକୃଷ୍ଣ ବେହେରା , ସଂପାଦକ ପ୍ରଦୀପ କୁମାର ପରିଡ଼ା , ସହସ°ପାଦକ ଅକ୍ଷୟ କୁମାର ରାଉତ , ଅମ୍ବୁଜୀ ରଥ , ସାନ ଖୁଣ୍ଟା ପଞ୍ଚାୟତ ସମିତି ସଭ୍ୟ ରଞ୍ଜନ ମହାନ୍ତି ଙ୍କ ସମେତ କପ୍ତିପଦା , ଉଦଳା , ଖୁଣ୍ଟା , ଓ ଗୋପବନ୍ଧୁ ନଗର ବ୍ଳକ ରୁ ସଂଘ ସହିତ ଜଡିତ ଥିବା ଶତାଧିକ ସଦସ୍ୟ ଏକତ୍ରୀତ ହୋଇ ଖୁଣ୍ଟାଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନଥିବା ରୋଗୀମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

ତେବେ ଠିକାଦାର ସଂଘ ର ସଭାପତି ଶ୍ରୀ ତ୍ରୀପାଠିଙ୍କ କହିବା ଅନୁଯାୟୀ ମାନବ ସେବା ହିଁ ମାଧବ ସେବା ଏହି ଭାବନା ରଖି ସଂଘର ସମସ୍ତ ସଦସ୍ୟଙ୍କ ଦ୍ଵାରା ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଯାହାକି ଉପଖଣ୍ଡ ଅଧିନରେ ଥିବା ବିଭିନ୍ନ ଚିକିତ୍ସା କେନ୍ଦ୍ରରେ ପର୍ଯ୍ୟାୟକ୍ରମେ ସଂଘ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଜାରିରହିବ । ତତ ସହିତ ବର୍ତ୍ତମାନର ସମୟ ରେ ରକ୍ତର ଆବଶ୍ୟକତାକୁ ଅନୁଭବ କରି ସଂଘ ପକ୍ଷରୁ ଆଗାମୀ ଦିନରେ ରକ୍ତଦାନ ଶିବିର , କରାଯିବା ସହ ଜନସାଧାରଣଙ୍କୁ ରକ୍ତଦାନ କରାଇବା ନିମନ୍ତେ ସଚେତନ କରାଯିବା ପାଇଁ ପଦକ୍ଷେପ ମାନ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଘର ସଦସ୍ୟମାନେ ସୁଚନା ପ୍ରଦାନକରିଛନ୍ତି ।

Leave A Reply

Your email address will not be published.