mobile header

ମାଙ୍କଡ଼ା ବଝୋଇ ଟ୍ରକ ଜବତ

ଖୁଣ୍ଟା –
ମୟୁରଭଞ୍ଜ ଜିଲ୍ଲା ର ଗର୍ବ ଗୌରବ ବୁଲାଉଥିବା ଶିମିଳିପାଳ ଅଭୟାରଣ୍ୟ ର ଜୀବଜନ୍ତୁ ଓ ପର୍ବତମାଳାର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଉତ୍ତୋଳନ କରାଯାଉଥିବା ପଥର ଖାଦାନଗୁଡ଼ିକୁ ବନ୍ଦ କରାଯାଇଛି । ଏପରିକି ଖୁଣ୍ଟା ତହସିଲ ଅଧିନରେ ପୂର୍ବରୁ ସରକାରୀ ସ୍ତରରେ ଦିଆ ଯାଉଥିବା ଖାଦାନ ଗୁଡିକ ନିଲାମ ମଧ୍ୟ ବନ୍ଦ ରହିଥିବା ସରକାରୀ ସ୍ତରରେ କୁହାଯାଇଛି । ମାତ୍ର ଏହାର ବାସ୍ତବ ଚିତ୍ର ଏବେ ଭିନ୍ନ ଦେଖାଯାଉଛି । ପଥର ଉତ୍ତୋଳନ ଉପରେ ସରକାରି ସ୍ତରରେ କଟକଣା ଥିଲେ ମଧ୍ୟ ପଥର ମାଫିଆମାନେ ସରକାରୀ କର୍ମଚାରୀଙ୍କ ଆଖିଆଢ଼ୁଆଳରେ ସୁବିଧା ସୁଯୋଗ ଦେଖି ଏହି ବେଆଇନ କାର୍ଯ୍ୟ ଜାରି ରଖୁଥିବା ଅଭିଯୋଗ ହେଉଅଛି । ଏହାର ଉଦାହରଣ ଦେଖିବାକୁ ମିଳିଛି ଖୁଣ୍ଟା ତହସିଲ ଅଧିନରେ । ସୂଚନା ମୁତାବକ ରବିବାର ବିଳମ୍ବାତ ରାତ୍ରୀ ରେ ଉକ୍ତ ତହସିଲ ଅଧିନ ଜୁରାଡ଼ିହି ଗ୍ରାମରୁ ଶ୍ୟାମାଖୁଣ୍ଟା ଅଞ୍ଚଳକୁ ଓଡ଼ି ୧୧ ଏଫ୍ ୯୯୧୭ ନମ୍ବର ବିଶିଷ୍ଟ ଟ୍ରକ ଯୋଗେ ବେଆଇନ ଭାବେ ଚୋରା ମାଙ୍କଡ଼ା ପଥର ଚାଲାଣ ହେଉଥିବା ସମୟରେ ପେଟ୍ରୋଲିଂ ରେ ଥିବା ଖୁଣ୍ଟା ତହସିଲ କର୍ମଚାରୀ ମାନଙ୍କ ଦ୍ଵାରା ଧରା ପଡିଥିଲା । ଏବଂ ଉକ୍ତ ପଥର ଚାଲାଣ ଟ୍ରକ ଟିକୁ ବିଭାଗପକ୍ଷରୁ ଜବତ କରାଯାଇ ଥିବା ବେଳେ ତା ନିକଟରୁ ୪୨ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିବା ଖୁଣ୍ଟା ତହସିଲସୁତ୍ରରୁ ଜଣାଯାଇଛି ।

Leave A Reply

Your email address will not be published.