mobile header

ପିଏମ୍ କେୟାରସ୍ ଫର ଚିଲ୍‌ଡ୍ରେନ ଯୋଜନା ସହାୟତା କାର୍ଯ୍ୟକ୍ରମର ଶୁଭାରମ୍ଭ।

ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ।

ପିଏମ୍ କେୟାରସ୍ ଫର ଚିଲେଡ୍ରେନ ସ୍କିମ ସହାୟତା ଜାତୀୟ କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସ ଜରିଆରେ ତା ୨୦-୦୫-୨୦୨୨ ରିଖ ପୂର୍ବାହ୍ନରେ ଭାରତର ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦମୋଦର ଦାସ ମୋଦିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନୂଆ ଦିଲ୍ଲୀ ପକ୍ଷରୁ ଦେଶର ସମଗ୍ର ରାଜ୍ୟ / ଜିଲ୍ଲା ସ୍ତରରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ଶ୍ରୀ ମୋଦି ଦେଶବାସୀଙ୍କୁ ସ୍ୱାଗତ ଜଣାଇ ଗତ ମହାମାରି କୋଭିଡ ଜନିତ ଅନାଥ ହୋଇଥିବା ଶିଶୁ ପିଲା ମାନଙ୍କର ସାମାଜିକ ସୁରକ୍ଷା ତଥା ସେମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ସୁବିଧା ଯୋଗାଇ ଦେବା ମୁଖ୍ୟ ଉଦ୍ଦେଶ୍ୟ ନେଇ କାର୍ଯ୍ୟକାରୀ କରାଯାଇଥିବା ପିଏମ୍ କେୟାରସ୍ ଫର୍ ଚିଲଡ୍ରେନ ସ୍କିମ୍‌ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ଏପରି ପିଲାମାନଙ୍କ ଭବିଷ୍ୟତ ଗଠନ ଓ ମଙ୍ଗଳ ପାଇଁ ସମଗ୍ର ଦେଶବାସୀ ସଙ୍ଗରେ ଅଛନ୍ତି ବୋଲି ପ୍ରକାଶ କରିବା ସହିତ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଶୁଭେଚ୍ଛା ଜଣାଇଥିଲେ । ସୂଚନା ଯୋଗ୍ୟ ପିଏମ କେୟାର୍ସ ଫର ଚିଲଡ୍ରେନ-୨୦୨୧ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସ୍କିମ ସହାୟତାରେ ପିଲାମାନଙ୍କୁ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ସୁବିଧା ତଥା ଉଚ୍ଚ ଶିକ୍ଷା ପାଇଁ ଋଣ ସହାୟତା, ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ୨୩ ବର୍ଷ ପର୍ଯ୍ୟନ୍ତ ୫ଲକ୍ଷ ଟଙ୍କାର ଯାଏଁ ସ୍ୱାସ୍ଥ୍ୟ ବୀମା, ୧୮ ବର୍ଷ ହେବା ପରେ ବ୍ୟକ୍ତିଗତ ଆବଶ୍ୟକତା ପୂରଣ ପାଇଁ ମାସିକ ଆର୍ଥିକ ସହାୟତା, ୨୩ବର୍ଷ ପୂରଣ ହେବାପରେ ପିଏମ୍ କେୟାର୍ସରୁ ୧୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦୦୦୦/-ଟଙ୍କାର ସହାୟତା, କୌଶଳ ବିକାଶ ତାଲିମ ପାଇଁ “ସ୍ୱନାଥ” ବୃି , ବୈଷୟିକ ଶିକ୍ଷା ପାଇଁ “କର୍ମ” ବୃି, ୫୦୦୦୦/-ଟଙ୍କାର ଅତିରିକ୍ତ ସହାୟତା, ପ୍ରତ୍ୟେକ ପିଲାଙ୍କୁ ପୋଷକତା ଅଧୀନରେ ପ୍ରତିମାସରେ ୨୦୦୦/-ଟଙ୍କା ଲେଖାଏଁ ଆର୍ଥିକ ସହାୟତା, ପ୍ରତ୍ୟେକ ପିଲାଙ୍କୁ ଆଶୀର୍ବାଦ ଯୋଜନା ଅଧୀନରେ ପ୍ରତିମାସରେ୨୫୦୦/-ଟଙ୍କା ଲେଖାଏଁ ଆର୍ଥିକ ସହାୟତା, ପ୍ରତ୍ୟେକ ପିଲାଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନରେ ପ୍ରତିମାସରେ ୫୦୦/-ଟଙ୍କା ଲେଖାଏଁ ଆର୍ଥିକ ସହାୟତା, ପ୍ରତ୍ୟେକ ପିଲାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ପ୍ରତ୍ୟେକ ପିଲା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।
ଏହି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ଏନ୍‌ଆଇସି ସମ୍ମିଳନୀ କକ୍ଷ ବାରିପଦାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ମୋରଡା ବିଧାୟକ ରାଜ କିଶୋର ଦାସ, ସାରସକଣା ବିଧାୟକ ଡା.ବୁଢାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ ରୁଦ୍ର ନାରାୟଣ ମହାନ୍ତି, ଜିଲ୍ଲା ଏନ୍‌ଆଇସି ବୈଷୟିକ ନିର୍ଦ୍ଦେଶକ ଅଜୟ କେତନ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇ ଥିଲେ ।
ଏହି ଅବସରେ ମୟୂରଭଞ୍ଜ ଜିଲ୍ଲାର ୫ଜଣ କୋଭିଡ ଅନାଥ ଶିଶୁପିଲାଙ୍କୁ ୧୦ଲକ୍ଷଟଙ୍କାର ସହାୟତା ରାଶି, ଆୟୁଷ୍ମାନ ଭାରତ ଯୋଜନା ସ୍ୱାସ୍ଥ୍ୟ ବୀମା କାର୍ଡ ତଥା ସାମାଜିକ ସହାୟତା ସୁବିଧା ସୁଯୋଗ ତଥା ଆନୁସଙ୍ଗିକ କାଗଜ କିଟ୍‌ସ୍ ପ୍ରଦାନ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ ଶ୍ରୀମତୀ ମମତା ମୟୀ ବିଶ୍ୱାଳଙ୍କ ସଂଯୋଜନାରେ ପରିଚାଳିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାସୂଚନା ଲୋକ ସଂପର୍କ ଅଧରକାରୀ ରବୀନ୍ଦ୍ର କୁମାର ନାୟକ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶ୍ରୀମତୀ କୃର୍ଷ୍ଣକଳ୍ପନା ମହାନ୍ତି ଓ ଜିଲ୍ଲା କିଶୋର ନ୍ୟାୟ ବୋର୍ଡର ସଦସ୍ୟ ଶ୍ରୀ ଶିରିଶ ଚନ୍ଦ୍ର ଭୋଳ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସଂପୃକ୍ତ କ୍ଷେତ୍ର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.