mobile header

ପଞ୍ଚାୟତ କାର୍ଯ୍ୟାଳୟରୁ ୫୦ ହଜାରରୁ ଉର୍ଦ୍ଧ୍ବ ମୁଲ୍ୟର ସାମଗ୍ରୀ ଚୋରି

ପଞ୍ଚାୟତ କାର୍ଯ୍ୟାଳୟରୁ ୫୦ ହଜାରରୁ ଉର୍ଦ୍ଧ୍ବ ମୁଲ୍ୟର ସାମଗ୍ରୀ ଚୋରିଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରଙ୍ଗଣୀପାଟଣା ପଞ୍ଚାୟତ କାର୍ଯ୍ୟଳୟରେ ଗତକାଲି ବିଳମ୍ବିତ ରାତ୍ରିର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ।ସୂଚନା ମୁତାବକ ଆଜି ସକାଳ ସମୟରେ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କୈଳାଶ ଚନ୍ଦ୍ର ପାତ୍ର ପଞ୍ଚାୟତରେ ଚୋରି ହୋଇଥିବା ଖବର ପାଇ ଓଡ଼ଗାଁ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଅଭିଯୋଗ ମୁତାବକ ଗତକାଲି ବିଳମ୍ବିତ ରାତ୍ରିର ସୁଯୋଗ ନେଇ ପଞ୍ଚାୟତ ସମ୍ମୁଖ ଦ୍ୱାର ତାଲା ଭାଙ୍ଗି ଏକ ୪୨ ଇଞ୍ଚ ଏଲ.ଇ.ଡି ଟିଭି ଯାହାର ଆନୁମାନିକ ମୂଲ୍ୟ ୩୫ ହଜାର ଏବଂ ଏକ ଇନଭର୍ଟର ଯାହାର ମୂଲ୍ୟ ୨୦ ହଜାର ହେବ ଲୁଟି ନେଇଛନ୍ତି ଦୁର୍ବୁତ୍ତ ।ଓଡ଼ଗାଁ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।ବିଶେଷ କରି ପଞ୍ଚାୟତରେ ରାତ୍ର ଜଗୁଆଳ ନ ଥିବାରୁ ଏଭଳି ଚୋରି ହୋଇଥିବା ଅନୁମାନ କରାଯାଉଛି।ଖୁବ ଶ୍ରୀଘ୍ର ଏକ ରାତ୍ର ଜଗୁଆଳ ନିଯୁକ୍ତ କରିବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି।

Leave A Reply

Your email address will not be published.