mobile header

ଅତ୍ୟାବଶ୍ୟକ ଦ୍ରବ୍ୟ ସରକାରୀ କଣ୍ଟ୍ରୋଲ ଦୋକାନରେ ବିକ୍ରୀ କର ସିଟିଜେନ୍ସ ଫୋରମ ଆଲୋଚନା ଚକ୍ରରେ ମତ ପ୍ରକାଶ


ଭୁବନେଶ୍ୱର ତା ୩0.୫.୨୨ – ଆକାଶଛୁଆଁ ଦରବୃଦ୍ଧି ର ଶୋଷଣ ରୁ ସାଧାରଣ ଲୋକମାନଙ୍କୁ ସୁରକ୍ଷା ଦେବାକୁ ହେଲେ କେନ୍ଦ୍ର ରାଜ୍ୟ ସରକାର ତେଲ ଲୁଣ ସଂସାର ଚଳାଇବା ପାଇଁ ୧୫ ପ୍ରକାର ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ସାଧାରଣ ଗଣବଣ୍ଟନ ବ୍ୟବସ୍ଥା ରେ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ପଡିବ ବୋଲି ସିଟିଜେନ୍ସ ଫୋରମ, ଓଡ଼ିଶା ର ମାସିକ ଆଲୋଚନା ଚକ୍ରରେ ତଥ୍ୟ ଓ ଯୁକ୍ତି ସମ୍ବଳିତ ବକ୍ତବ୍ୟ ଉପସ୍ଥାପନ କରି ପ୍ରାଧ୍ୟାପକ ତଥା ରାଜନୀତି ବିଜ୍ଞାନୀ ଶ୍ରୀଯୁକ୍ତ ସୁରେନ୍ଦ୍ର ଜେନା କହିଛନ୍ତି। ସେଥିନିମନ୍ତେ ପର୍ଯ୍ୟାପ୍ତ ପରିମାଣର ସରକାରୀ ଖୁଚୁରା ଦୋକାନ ତଥା କଂଟ୍ରୋଲ ଦୋକାନ ଖୋଲିବାକୁ ପଡିବ। ବହୁଜାତୀୟ ଓ ଦେଶୀୟ ବଡ଼ ବଡ଼ କମ୍ପାନୀ ଓ ପୁଞ୍ଜିପତି ମାନେ ସେମାନଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀର ଯଥେଷ୍ଟ ପରିମାଣର ଲାଭରଖି ଦର କସିବା ପରେ ପୁନର୍ବାର ଲୋକଙ୍କୁ ଶୋଷଣ କରି ରାତାରାତି ଧନ କୁବେର ସାଯିବା ନିମନ୍ତେ ସେମାନେ ମନଇଚ୍ଛା ଦର ଦାମ ବଢ଼ାଉଛନ୍ତି। ସରକାରଙ୍କ ର କୌଣସି ନିୟନ୍ତ୍ରଣ ନାହିଁ । ତାର ସୁଯୋଗ ନେଇ ପାଇକାରୀ ଗୋଦାମ ମାଲିକମାନେ ପୁନଃ ଦର ବଢ଼ାଇ ଚାଲିଛନ୍ତି ବୋଲି ଯୁକ୍ତି ଉପସ୍ଥାପନ କରିଛନ୍ତି ପ୍ରାଧ୍ୟାପକ ଜେନା। ଏ କ୍ଷେତ୍ରରେ କୌଣସି ସରକାରୀ କଣ୍ଟ୍ରୋଲ ନ ରହିବା ଫଳରେ ମୁଦ୍ରାସ୍ଫୀତି ହାର ମନ ଇଛା ବଢୁଛି ଓ ଅତ୍ୟାବସାକୀୟ ଦ୍ରବ୍ୟର ଦାମ ବଢୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଲୋକେ କାମ ପାଉନାହାନ୍ତି, ବେକାରୀ ଘୁ ଘୁ ବଢି ଚାଲିଛି ଓ ଲୋକେ ରୋଜଗାର ଶୂନ୍ୟ ହୋଇ ବସୁଛନ୍ତି ଅବା ଦାଦନ ଖଟି ଯାଉଛନ୍ତି । ଦାରିଦ୍ର୍ୟ ବଢି ବଢି ଚାଲିଛି। ପିଲାମାନଙ୍କୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ଓ ଗୁଣାତ୍ମକ ଶିକ୍ଷା, ମାଗଣା ସମସ୍ତ ପ୍ରକାର ଚିକିତ୍ସା ସେବା , ରିହାତି ଦରରେ ବିଜୁଳି ଶକ୍ତି ଓ ସରକାରୀ ନିୟନ୍ତ୍ରଣ ଗମନାଗମନ ବ୍ୟବସ୍ଥା ଲୋକଙ୍କୁ ଯୋଗାଇ ଦେବାକୁ ପଡିବ । ସୀମାଶୁଳ୍କ ଓ ଜି ଏସ ଟି ରେ ସୁଧାର ଆଣିବାକୁ ପଡିବ। ନଚେତ ଦେଶ ର ଅବସ୍ଥା ଆହୁରି ଖରାପ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।ପେଟ୍ରୋଲ ଡିଜେଲ ର ଦାମ ସରକାରୀ କଣ୍ଟ୍ରୋଲ ରେ ନଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି ଓ ଲୁଟ ର ଶିକାର ହେଉଛନ୍ତି ବୋଲି ଆମାଦମୀ ପାର୍ଟି ନେତା ଶ୍ରୀ ରଙ୍ଗା ଚରଣ ପ୍ରଧାନ କହିଥିଲେ।

ସିଟିଜେନ୍ସ ଫୋରମ ର ଅଧକ୍ଷ ଡାକ୍ତର ମଧୁସୂଦନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ସଭାରେ ଖୋଲା ଆଲୋଚନାରେ ଭାଗନେଇ ପ୍ରାଧ୍ୟାପକ ଡ଼. ଅମୀୟ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଡ଼. ଅସିତ ମିଶ୍ର, ଗାନ୍ଧିବାଦୀ କର୍ମୀ ଡ଼. କଲ୍ୟାଣ ଆନନ୍ଦ, ଛାତ୍ର ତଥା ଆକ୍ଟିଭିଷ୍ଟ ଶ୍ରୀ ନାରାୟଣ ମହାନ୍ତି ଦରଦାମ ବୃଦ୍ଧି କୁ ସରକାରଙ୍କ ନିକମା ପଣିଆ ଓ ଶୋଷଣ ନୀତି ବୋଲି ଅବିହିତ କରିଥିଲେ। ପ୍ରାରମ୍ଭିକ ସୂଚନା ଏବଂ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ ସିଟିଜେନ୍ସ ଫୋରମ ର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ୍ତ ନାୟକ।

Leave A Reply

Your email address will not be published.