mobile header

ଭୁବନେଶ୍ୱର ଏମ୍ସରେ 1500 ପଦବୀ ଖାଲି : ଆରଟିଆଇ ତଥ୍ୟ


ଭୁବନେଶ୍ୱର ସ୍ଥିତି ଏମ୍ସରେ ପ୍ରାୟ 1500 ପଦବୀ ଖାଲି ପଡିଛି । ସୂଚନା ଅଧିକାର ଆଇନରେ ମଗାଯାଇଥିବା ସୂଚନାରୁ ଏହା ଜଣାପଡିଛି । ଭୁବନେଶ୍ୱର ଏମ୍ସରେ କେତେ କର୍ମଚାରୀ ଅଛନ୍ତି ଏବଂ କେତେ ପଦବୀ ଖାଲି ପଡିଛି, ସେ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ତଥ୍ୟ ମାଗିଥିଲେ । ଏହାର ଉତ୍ତରରେ ସେଠାକାର ଜନ ସୂଚନା ଅଧିକାରୀ ଦେଇଥିବା ଚିଠିରୁ ଜଣାପଡିଛି ଯେ ବହୁ ସଂଖ୍ୟକ କର୍ମଚାରୀ ପଦବୀ ଖାଲି ପଡିଛି । 79 ଫାକଲ୍ଟି ପଦବୀ ଖାଲି ପଡିଥିବା ବେଳେ 1414ଟି ଅଣ-ଫାକଲ୍ଟି ପଦବୀ ଖାଲି ପଡିଥିବା ଏହି ତଥ୍ୟରୁ ଜଣାପଡିଛି । ଏତେ ସଂଖ୍ୟକ ସିଟ୍ ଖାଲି ପଡିଥିବାରୁ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାଦାନ ବ୍ୟାହାତ ହୋଇପାରେ ବୋଲି ଶ୍ରୀ ଅଖଣ୍ଡ ଆଶଙ୍କା ବ୍ୟକ୍ତ କରିବା ସହ ତୁରନ୍ତ ଏହି ପଦଗୁଡିକୁ ପୂରଣ କରାଯାଉ ବୋଲି ଦାବି କରିଛନ୍ତି ।

Leave A Reply

Your email address will not be published.