
ଶରଣକୁଳ-ଆପ୍ର – ଶରଣକୁଳ ନିକଟସ୍ଥ ଡିମିସର ଗ୍ରାମରେ ଶରଣକୁଳ ବନବିଭାଗ ଦ୍ୱାରା ଚଢ଼ାଉ କରାଯାଇ ଶାଳ କାଠ ଗଣ୍ଡି ଓ ଶାଗୁଆନ କାଠ କଟା ଯାଇଥିବା ସାଇଜ ଜବତ କରାଯାଇଛି ।ସମସ୍ତ ଜବତ କାଠର ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରକାଶ
କୌଣସି ସୂତ୍ରରୁ ଖବର ପାଇ ଶରଣକୁଳ ବନ ବିଭାଗ ରେଞ୍ଜ ଅଫିସର ଅର୍ଚ୍ଚନା ଗମାଙ୍ଗ,ଓଡ଼ଗାଁ ରେଞ୍ଜର ଆଶିଷ କୁମାର କଂହର,ଏସିଏଫ ଶ୍ୱେତାଲିନା ସାହୂ ଙ୍କ ତତ୍ୱବାଧାନରେ ବନପାଳ ସୁର୍ଯ୍ୟକାନ୍ତ ମହାରଣା ସଦଳବଳେ ଡିମିସର ଗ୍ରାମ ର ବାରିପଟେ ପଡିଥିବା ଶାଳ ଗଣ୍ଡି ଓ ଶଗୁଆନ ସାଇଜ କାଠ ଜବତ କରି ଶରଣକୁଳ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି ।କାଠର ମାଲିକ କିଏ ଜଣା ନ ପଡ଼ିଥିବାରୁ ତଦନ୍ତ ପରେ ସବୁ ଜଣାପଡିବ ବୋଲି ରେଞ୍ଜର ଅର୍ଚନା ଗମାଙ୍ଗ ଓ ବନପାଳ ସୁର୍ଯ୍ୟକାନ୍ତ ମହାରଣାଙ୍କ ଠାରୁ ପ୍ରକାଶ । ବନ ବିଭାଗର ବାରମ୍ବାର ଚଢ଼ାଉ ହେଉଥିବାରୁ କାଠ ମାଫିଆ ଓ ଜଙ୍ଗଲ ଜନ୍ତୁ ଶିକାରୀଙ୍କ ମଧ୍ୟରେ କୋକେୟା ଭୟ ହୋଇଯାଇଛି ।ଏହାଦ୍ୱାରା ବନବିଭାଗ ଉପରେ ଜନ ସାଧାରଣ ଙ୍କ ବିଶ୍ୱାସ ବଢି ଚାଲିଛି ।