mobile header

ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ମାଲକାନଗିରି, ୩୧। ୫ : ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଏବଂ ଅଣ ସଂକ୍ରାମକ ରୋଗ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଲକାନଗିରିର ମିଳିତ ଆନୁକୁଲ୍ୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇ ଯାଇଛିା ଏହି କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଶଡଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଅସ୍ତ୍ରୋପଚାର ବିଶେଷ ଜ୍ଞ ଡଃ ଅନିଲ କୁମାର ମିଶ୍ର ଯୋଗ ଦେଇ ତମାକୁ ସେବନର ଅପକାରିତା ବିଷୟରେ ଆଲୋଚନା କରିଥିଲୋ ଦନ୍ତରୋଗ ବିଶେଷ ଜ୍ଞ ଡଃ ଲୁଲୁପ ଇଛାପଥି ଯୋଗ ଦେଇ ପ୍ରଜେକ୍ଟର ମାଧ୍ୟମରେ ତମାଖୁ ଜନିତ କର୍କଟ ରୋଗ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲୋ ଏହି କାର୍ଯ୍ୟକ୍ରମକୁ ଶିବ ସୁନ୍ଦର ପାଣିଗ୍ରାହି, ସଂଯୋଜନା କରିଥିବା ବେଳେ ଅଣ ସଂକ୍ରାମକ ରୋଗ ବିଶେଷ ଜ୍ଞ ଡଃ ଡି.ପି. ରାଜ ଛାତ୍ରଛାତ୍ରୀ ମାନଙ୍କୁ ତମାଖୁ ସେବନ ନକରିବାପାଇଁ ଶପଥ ପାଠ କରାଇଥିଲୋ ଏହି କା ର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଲଳିତ ମୋହନ ମଣ୍ଡଳ , ଜିଲ୍ଲା ଜାତୀୟ ସେବା ଯୋଜନା ଅଧଇକାରୀ ନମିତା ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲୋ ଏହି କାର୍ଯ୍ୟକ୍ରମରେ ବକୃତା, ସ୍ଲୋଗାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସମେତ ସିଲ ପ୍ରଦାନ କରା ଯାଇଥିଲ।। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲୋ ସଭା ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରମୀୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲୋ

Leave A Reply

Your email address will not be published.