xmas

ପ୍ରଧାନମନ୍ତ୍ରୀ ଗରିବ କଲ୍ଯାଣ ସମ୍ମିଳନୀ ରେ ବାରିପଦା ଠାରେ କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ଵେଶ୍ବର ଟୁଡୁ ଙ୍କ ଯୋଗଦାନ


୩୧-୦୫-୨୦୨୨
ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ।

ଆଜି ସାରା ଦେଶ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ସରକାର ର ଅଷ୍ଟମ ବର୍ଷପୂର୍ତ୍ତୀ ପାଳନ କରୁଛି । ଏହି ଅବସରରେ ଭାରତର ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଆଜି ହିମାଚଳ ପ୍ରଦେଶର ସିମଲା ଠାରେ ଡିଜିଟାଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ସମ୍ମିଳନୀ କୁ ଶୁଭ ଉଦ୍ଘାଟନ କରିଥିଲେ । ଏହା ଦେଶର ପ୍ରତି ରାଜ୍ୟ ଓ ଜିଲ୍ଲାର ସଦର୍ ମହକୁମା ଠାରେ ଡିଜିଟାଲ ମାଧ୍ୟମରେ ପାଳନ କରାଯାଇଥିଲା । ସେଥିପାଇଁ ମୟୁରଭଞ୍ଜ ଜିଲ୍ଲା ବାରିପଦା ପ୍ରୟାସ ହଲ ଠାରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ଯାଣ ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ଵେଶ୍ବର ଟୁଡୁ ଜୀ ଯୋଗ ଦେଇଥିଲେ । ଆଜି ପ୍ରଧାନମନ୍ତ୍ରୀ କିଷାନନିଧି ଯୋଜନା ମାଧ୍ୟମରେ ୨୧ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରାଶି ପ୍ରଦାନ କରାଯାଇଛି ଡିଜିଟାଲ ମାଧ୍ୟମରେ । ପ୍ରଧାନମନ୍ତ୍ରୀ କିଷାନନିଧି ଯୋଜନାର ୧୧ତମ କିସ୍ତି ଲାର୍ଭାଥିଙ୍କୁ ପ୍ରଦାନ କରାଯାଇଛି । ସମାଜର ସବୁଠୁ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ଉନ୍ନତି ରେ ଦେଶର ଉନ୍ନତି ହେବ । ଏହି ପରିପେକ୍ଷିରେ ପ୍ରଧାନମନ୍ତ୍ରୀ ଷୋହଳ ପ୍ରକାର ଗରିବ କଲ୍ଯାଣ ଯୋଜନା ମାଧ୍ୟମରେ ସେମାନଙ୍କ ଉନ୍ନତି ହେବ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ଗ୍ରାମୀଣ, ସହରୀ), ସୁଧ ପାନୀୟ ଜଳ ଯୋଗାଣ, ପ୍ରଧାନମନ୍ତ୍ରୀ ଗରୀବ କଲ୍ଯାଣ ଅନ୍ନ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ନାନ ନିଧି ଯୋଜନା, ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ନିଧି ଯୋଜନା, ସ୍ଵଚ୍ଛ ଭାରତ, ଅଟଳ ପେନସନ ଯୋଜନା, ଆୟୁଷ୍ମାନ ଯୋଜନା ଏଭଳି ଅନେକ ଯୋଜନା ଦ୍ୱାରା ବହୁ ଜନସାଧାରଣ ଉପକୃତ ହେଉଛନ୍ତି । କୃଷି ର ଆୟ କୁ ଦ୍ଵିଗୁଣିତ କରାଯିବା ନେଇ ଆଜି ୧୦ କୋଟିରୁ ଉର୍ଦ୍ଧ ଚାଷୀ ଙ୍କୁ ଡିଜିଟାଲ ମାଧ୍ୟମ ରେ ରାଶି ପ୍ରଦାନ କରାଗଲା । ବାରିପଦା ପ୍ରୟାସ ହଲ୍ ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଙ୍କ ସମେତ ମୟୁରଭଞ୍ଜ ଜିଲ୍ଲାପାଳ, ଉଦଳା ବିଧାୟକ ଶ୍ରୀ ଭାସ୍କର ମଢ଼େଇ, ବଡ଼ସାହି ବିଧାୟକ ଶ୍ରୀ ସନାତନ ବିଜୁଳି, ପିଡି ଡିଆରଡିଏ, ଉପଜିଲ୍ଲାପାଳ, ଏବଂ ଜିଲ୍ଲାର ଅନେକ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଏବଂ ଏହି ଅବସରରେ ଜିଲ୍ଲାର ହିତାଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିବା ଆମର ହସ୍ତଗତ ହୋଇଛି

Leave A Reply

Your email address will not be published.