mobile header

ଆଦିବାସୀ ସମାଜରେ ସମ୍ବିଧାନ ଆଇନ ଏବଂ ଗଣତନ୍ତ୍ର ବ୍ୟବସ୍ଥାକୁ ପ୍ରତିଷ୍ଠା କରାଇବା ପାଇଁ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଦାବି ପତ୍ର


୩୧-୦୫-୨୦୨୨
ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ।

ଆଦିବାସୀ ସମାଜରେ ସମ୍ବିଧାନ ଆଇନ ଏବଂ ଗଣତନ୍ତ୍ର ବ୍ୟବସ୍ଥାକୁ ପ୍ରତିଷ୍ଠା କରାଇବାର ଦାବି ପତ୍ର
ସହିତ ଆଦିବାସୀମାନଙ୍କୁ ସୁଧାର ଓ ସଚେତନ କରିବା ପାଇଁ ଆଦିବାସୀ ସେଙ୍ଗଲ ଅଭିଯାନର ରାଷ୍ଟ୍ରୀୟ ସଭାପତି ସହ ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ଦ୍ବାରା ଲିଖିତ ପୁସ୍ତକ ମଧ୍ୟ ଆଦିବାସୀ ସେଙ୍ଗଲ ଅଭିଯାନ ବାରିପଦା ଜୋନାଲ କମିଟିର
ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ଆଦିବାସୀ ସମାଜରେ ସମ୍ବିଧାନ ଆଇନ ଏବଂ ଗଣତନ୍ତ୍ର ବ୍ୟବସ୍ଥା ପ୍ରତିଷ୍ଠା ହୋଇପାରି ନାହିଁ ବୋଲି ଆଦିବାସୀ ସମାଜରେ ଆଜି ପର୍ଯ୍ୟନ୍ତ ତାଙ୍କର ସମାଜରେ ସାମାଜିକ ବହିଷ୍କାର (ବାସନ୍ଦ), ମନ ଇଚ୍ଛା ଜରିମାନା (କଙ୍ଗାରୁ କୋର୍ଟ) ଏବଂ ନିଶା ସେବନ, ଇର୍ଷା-ଦ୍ବେଷ, ଭୋଟର କିଣା ବିକା, ମହିଳା
ବିରୋଧୂ ମାନସିକତା, କୁପ୍ରଥା, ପୂଜା ସାମଗ୍ରୀ ଭାବରେ ହାଣ୍ଡିଆ ମଦକୁ ପୂଜା କରିବା ଯଥା ଯେ କୌଣସି ବ୍ୟକ୍ତିଙ୍କୁ ଡାହାଣୀ ଆଖ୍ୟା ଦେଇ ଜୀବନରୁ ମାରିଦେବା ଆଦି ସମ୍ବିଧାନ ଆଇନ ବିରୋଧୀ କାର୍ଯ୍ୟକଳାପ ସହିତ ସମ୍ବିଧାନର ଅନୁଚ୍ଛେଦ ୨୧ ର
ଉଲଂଘନ ଭଳି ଅତି ଅମାନବୀୟ କାର୍ଯ୍ୟକଳାପ ଜାରି ରହିଛି । ତେଣୁ ଅତିଶୀଘ୍ର ସରକାର ଏବଂ ପ୍ରଶାସନ ତରଫରୁ ଆଦିବାସୀ ସମାଜରେ ସମ୍ବିଧାନ ଆଇନ ଏବଂ ଗଣତନ୍ତ୍ର ବ୍ୟବସ୍ଥାକୁ ପ୍ରତିଷ୍ଠା କରାଇବା ପାଇଁ ଦୃଢ ଦାବି କରାଯାଇଛି।ଏହି କାର୍ଯ୍ୟକ୍ରମ ଓଡିଶା ସମେତ ଝାରଖଣ୍ଡ, ବିହାର, ବେଙ୍ଗଲ, ଆସାମରେ ମଧ୍ୟ ସାଲଖାନ ମୁର୍ମୁଙ୍କ ନେତୃତ୍ୱରେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।ତେବେ ପ୍ରଦାନ କରାଯାଇଥିବା ଦାବିପତ୍ର ରେ କିଛି ଉଦାହରଣ ପ୍ରକାଶ କରାଯାଇଛି। ଯଥା କୁଳିଅଣା ଥାନା ଅନ୍ତର୍ଗତ ସୌରୀ ଗ୍ରାମରେ କାପୁରା ଟୁଡୁଙ୍କୁ କଙ୍ଗାରୁ କୋର୍ଟ ଦ୍ବାରା ଡାହାଣୀ ନାମରେ ୨୫ ହଜାର ଟଙ୍କା ଜରିମାନା ସହିତ ସାମାଜିକ ବହିଷ୍କାର (ବାସନ୍ଦ) କରାଯିବା ଘଟଣା।ତେବେ ଏ ବାବଦରେ
୧୦/୦୨/୨୦୨୨ ରିଖରେ କୁଲିଅଣା ଥାନା ଅଧିକାରୀ ଏବଂ ତା. ୨୩/୦୫/୨୦୨୨ ରିଖରେ ମୟୂରଭଞ୍ଜର ପୋଲିସ ଅଧୀକ୍ଷକଙ୍କୁ ଲିଖିତ ଆକାର ରେ ଅବଗତ କରାଇବା ସତ୍ତେ ମଧ୍ୟ କୌଣସି ନ୍ୟାୟର ସାକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇନ ଥିବାରୁ କାପୁରା ଟୁଡୁଙ୍କର ଜୀବନ ଓ ବ୍ୟକ୍ତିଗତ ସ୍ବାଧିନତା ଅଧିକାରରୁ ବଞ୍ଚିତ ଅଛନ୍ତି । ତେଣୁ ୨୫ ହଜାର ଟଙ୍କା ଗ୍ରାମବାସୀଙ୍କ ପାଖରୁ
ଫେରସ୍ତ କରାଇବା ପାଇଁ ଆଦିବାସୀ ସେଙ୍ଗେଲ ଅଭିଯାନ (ASA) ବାରିପଦା ଜୋନାଲ କମିଟି ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରାଯାଇଅଛି । ଏହି ଅବସରରେ ବିକାଶ ହେମ୍ବମ, ବାବୁଲୁ ମୁର୍ମୁ, ଉଧୁରାନ ହାଁସଦା, ବନମାଳୀ ହାଁସଦା, ଜୟରାମ ହାଁସଦା ପ୍ରମୁଖ ସେଙ୍ଗେଲ କାର୍ଯ୍ୟକର୍ତ୍ତା ନେତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.