mobile header

ମୟୁରଭଞ୍ଜ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାର ବିଭିନ୍ନ ପଦାଧିକାରୀ ନିଯୁକ୍ତ ।


୩୧-୦୫-୨୦୨୨
ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ।

ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ଶ୍ରୀ ୟାସିର ନୱାଜ ଙ୍କ ଅନୁମୋଦନ କ୍ରମେ ମୟୂରଭଞ୍ଜ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ମୋତି ପ୍ରକାଶ ଦାଶ ଜିଲ୍ଲାର ଛାତ୍ର କଂଗ୍ରେସ କମିଟି ସହ ବିଭିନ୍ନ ପଦ ପଦବୀରେ ଥିବା ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଏଥି ମଧ୍ୟରୁ ଜିଲ୍ଲାର ଉପସଭାପତି ଆରବ କୁମାର ପଣ୍ଡା, ପ୍ରିନ୍ସ ମହାନ୍ତି, ବୁଲୁବୁଲ୍ ବେହେରା, ପଙ୍କଜ କୁମାର ପଣ୍ଡା, ରାଜୀବ ଲୋଚନ ସେନାପତି, ସାଧାରଣ ସମ୍ପାଦକ ଭାବେ ଜଗନ୍ ମାଝୀ, ଜିତୁ ପ୍ରକାଶ ବେହେରା, ଲକ୍ଷ୍ମୀ ନାରାୟଣ ପତି, ବନମାଳି ଦାସ, ରୋମିୟ କୁମାର ସାହୁ, ବିଭୁତି ମହାନ୍ତ, ଜଗେଶ୍ୱର ବେହେରା, ପମା ବାସ୍କେ, ଅଭିନାଶ ମହାପାତ୍ର, ଅତୁଲ କୁମାର ମହାନ୍ତ ତ୍ରିଲୋଚନ ମହାନ୍ତ, ରାଜୁ ମହାନ୍ତ, ଗିରିବାସ ଟୁଡୁ, ଧିରେନ୍ଦ୍ର ସିଂ, ବିଶ୍ୱରଞ୍ଜନ କୁଅଁର, ରାକେଶ କୁମାର ରାଜ ସମ୍ପାଦକ ଭାବେ ନିହାର ପୃଷ୍ଟି, ନନ୍ଦ କୁମାର ସିଂ, ବିବେକ ସିଂ, ଅଶିନେଶ୍ୱର ପାତ୍ର, ରଞ୍ଜିତ ମହାନ୍ତ, ଦିବାକର ନାଏକ, ଟାର୍ଜନ ଘୋଡେଇ, ଅରବାଜ ଖାନ, ତପୁ ମହାନ୍ତ, ରମେଶ ଚନ୍ଦ୍ର ବେହେରା ସଞ୍ଜୟ ବାରିକ, ଫେମ୍ କାଦ୍‌ରି, ପ୍ରିତମ୍ ହୁଜାଏତ୍‌, ସୋସିଆଲ ମିଡିଆ ଭାବେ ବିକ୍ରମ ସାହୁ, ସାଗର ଦେ, ସଂକ୍ଳାପ ଦାଶ ଏବଂ ଜିଲ୍ଲାର ମୁଖପାତ୍ର ଭାବେ ରତନଲାଲ ଶର୍ମା, ଶିବ ଶଙ୍କର କୁଅଁରଙ୍କୁ ନିଯୁକ୍ତି ଦେଇଥିବା ଘୋଷଣା କରାଯାଇଛି । ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ମୋତି ପ୍ରକାଶ ଦାଶ ଆଗାମୀ ଦିନରେ ଛାତ୍ର କଂଗ୍ରେସ ମୟୁରଭଞ୍ଜ ଜିଲ୍ଲାରେ ସୁଦୃଢ଼ ହେବାସହ ଜିଲ୍ଲାର ବିଭିନ୍ନ ସମସ୍ୟା ତଥା ଛାତ୍ର ଛାତ୍ରୀ ମାନଙ୍କ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରିବ ବୋଲି କହିଛନ୍ତି । ଏଥି ସହିତ ନବ ନିଯୁକ୍ତ ଛାତ୍ର କଂଗ୍ରେସ ଜିଲ୍ଲାର ବିଭିନ୍ନ ପଦାଧିକାରୀ ମାନେ ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି, ଜିଲ୍ଲା କଂଗ୍ରେସ ସଭାପତି, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି, ଶ୍ରୀ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇବା ସହ ନବ ନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ମହୋଦୟଙ୍କୁ ମଧ୍ୟ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.