mobile header

ଗଡ଼ିଲା ଶିଶୁ ଶ୍ରମମୁକ୍ତ ସଚେତନତା ରଥ।


୩୧-୦୫-୨୦୨୨
ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ।


ମୟୁରଭଞ୍ଜ ଜିଲ୍ଲାରେ ଶିଶୁ ଶ୍ରମିକ ମୁକ୍ତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ । ଜିଲ୍ଲାପାଳ ବିନୀତ୍ ଭରଦ୍ବାଜ୍ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ
ଜିଲ୍ଲାର ସମସ୍ତ ୨୬ ଟି ବ୍ଲକ ଗସ୍ତ କରି ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ସହିତ ପିଲାମାନେ ସ୍କୁଲ ଯିବା ଉଦ୍ଧେଶ୍ୟରେ ଏବଂ କିଭଳି ଲୋକମାନେ ଶିଶୁ ଶ୍ରମିକ ନିୟୋଜିତ ନ କରିବେ ସେନେଇ ସଚେତନ କରାଇବ। ତେବେ ଯଦି କେହି ୧୪ ବର୍ଷରୁ କମ ବୟସର ଶିଶୁକୁ କାର୍ଯ୍ୟରେ ନିୟୋଜିତ କରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ରିଷୀକେଶ ଜାନଦେଓ ଖିଲାରୀ, ଉପଜିଲ୍ଲାପାଳ ଅନ୍ୟା ଦାସ,ଜିଲ୍ଲା ଶ୍ରମ ଅଧିକାରିଣୀ ମୋନାଲିସା ନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.