mobile header

ବାରିପଦାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ।


୩୧-୦୫-୨୦୨୨
ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ।

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମଇ ମାସର ପଞ୍ଚମ ସୋମବାର ତା.୩୧.୦୫.୨୦୨୨ ରିଖରେ ଜିଲ୍ଲା ସଦରମହକୁମା ବାରିପଦାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ, ମୟୂରଭଞ୍ଜ ଶ୍ରୀ ବିନୀତ ଭରଦ୍ୱାଜ୍‌, ଭା.ପ୍ର.ସେ. ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ମୟୂରଭଞ୍ଜ ଶ୍ରୀ ଋଷିକେଷ ଦ୍ୟାନଦେଓ ଖିଲାରୀ, ଭା.ପୋ.ସେ. ଙ୍କ ତତ୍ୱାବଧାନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ୍ କେନ୍ଦ୍ର ଠାରେ ଅନୁଷ୍ଠିତ ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଜନସାଧାରଣ ଙ୍କ ଠାରୁ ଗୃହୀତ ହୋଇଥିବା ମୋଟ ୫୩ ଟି ବିଭିନ୍ନ ଆପତି ଅଭିଯୋଗର ସମସ୍ୟା ସଂପର୍କୀତ ଶୁଣାଣୀ ହୋଇଥିଲା । ଏଥିରେ ୪୧ ଟି ଅଭିଯୋଗ ପତ୍ର ବ୍ୟକ୍ତିଗତ ଓ ୧୨ ଟି ଆପତି ଅଭିଯୋଗ ପତ୍ର ଗ୍ରାମବାସୀଙ୍କ ସାମୁହିକ ବିଭିନ୍ନ ସମସ୍ୟା ସଂପର୍କୀତ ଅଭିଯୋଗ ଉପରେ ଶୁଣାଣି ହୋଇଥିବାବେଳେ ୨ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା । ଏଥିରେ ସହୟତା ପାଇଁ ଆସିଥିବା ୨ଟି ଆବେଦନ ପତ୍ର ଉପରେ ଜିଲ୍ଲାପାଳ ପରିସ୍ଥିତି କୁ ବିଚାର କରି ପ୍ରତ୍ୟେକ ହିତାଧିକାରୀଙ୍କୁ ୫ ହଜାର ଲେଖାଏଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଜିଲ୍ଲା ରେଡ୍‌କ୍ରସ ପାଣ୍ଠିରୁ ମଞ୍ଜୁର କରିଥିଲେ । ଶିବିରରେ ଶୁଣାଣୀ ହୋଇଥିବା ଅଭିଯୋଗ ବିଷୟ ପ୍ରସଙ୍ଗ ସମସ୍ୟା ଉପରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସବିଶେଷ ତଦନ୍ତ କରି ତଥା ଅନୁଧ୍ୟାନ ପୂର୍ବକ ବିହୀତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ୍ ନିର୍ଦ୍ଦେଶ ଦେଇଥିଲେ । ଅନୁଷ୍ଠିତ ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବାରିପଦା ଅନ୍ୟା ଦାସ, ପ୍ରମୁଖ ସମେତ ବିଭିନ୍ନ ବିଭାଗ ଜିଲ୍ଲାସ୍ତରୀୟ ପଦାଧିକାରୀ, ବାରିପଦା ଉପଖଣ୍ଡ ର ସମସ୍ତ ତହସିଲଦାର, ବି.ଡି.ଓ. ଏବଂ ସଂପୃକ୍ତ ଲାଇନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ଜରୁରୀ ଅଧିକାରୀ ତଥା ପିଜିସେଲ୍ ନୋଡାଲ୍ ଅଧିକାରୀ,ଡେପୁଟି କଲେକ୍ଟର ସୁଜୟ କୁମାର ପତି ଏବଂ ପିଜିସେଲ୍ / ଜିଲ୍ଲ ଜରୁରୀ ବିଭାଗ ସଂପୃକ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.