ମାଲକାନଗିରି,୧/୬ମାଲକାନଗିରି ଜିଲ୍ଲାକୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଫୋକସ ରହିଛି।ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ଯୋଗୁଁ ଏହି ଜିଲ୍ଲାକୁ ୫୩ଟି ସ୍କୁଲକୁ ୫-ଟି ଅଧୀନରେ ରୁପାନ୍ତରିତ କରାଯାଇ ସ୍ମାର୍ଟ ସ୍କୁଲରେ ପରିଣତ କରାଯିବ।ସେଥିମଧ୍ୟରୁ ୪୭ଟି ସ୍କୁଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶୁଭ ଉଦଘାଟନ କରିଛନ୍ତି।ମାଲକାନଗିରି ସ୍ଥିତି ଏମଭି-୭ ନମ୍ବର ଜଗନ୍ନାଥପାଲ୍ଲୀ ହାଇସ୍କୁଲରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝି,ଜିଲ୍ଲାପାଳ ବିଶାଲ ସିଂ,ପିଡି,ଡିଆରଡିଏ ବାଳମୁକୁନ୍ଦ ଭୁୟାଁ ସମେତ ସମସ୍ତ ୪୭ଟି ସ୍କୁଲର ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ତ୍ତୃପକ୍ଷ,ବୁଦ୍ଧିଜୀବୀ,ଜନସାଧାରଣ ଉପସ୍ଥିତ ରହିଛନ୍ତି।୫୩ଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରିବା ପାଇଁ ପ୍ରାୟ ୨୩ କୋଟି ୮୫ ଲକ୍ଷ ଟଂକା ଖର୍ଚ୍ଚ ହେବ ବୋଲି ଜଣାପଡିଛି।ପ୍ରକାଶ ଥାଉକି ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲ ମୁହାଁ କରିବା ପାଇଁ ଓ ସେମାନଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନରେ ଜିଲ୍ଲାର ୫୩ଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରୁଛନ୍ତି।ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୪୫ ଲକ୍ଷ ଟଂକା ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି।୩୫ ଲକ୍ଷ ଟଂକାର ବିଦ୍ୟାଳୟର ମରାମତି,ବଗିଚା ଉନ୍ନତିକରଣ,ଉନ୍ନତମାନର ଶ୍ରେଣୀଗୃହ,ପାଚେରିଗୁଡିକରେ ବିଭିନ୍ନରଙ୍ଗ କରାଯିବା ସହ ମହାପୁରୁଷ,ସ୍ବାଧୀନତା ସଂଗ୍ରାମୀ,ବୈଜ୍ଞାନିକ,ଶିକ୍ଷାବିତ,ବିଭିନ୍ନ ବୃକ୍ଷରାଜି,ବନ୍ୟଜନ୍ତୁ,ସ୍ଥାନୀୟ ଲୋକକଳା ଓ ନୃତ୍ୟ ଆଦିର ଛବି ଅଙ୍କାଯିବ ବୋଲି ଜଣାପଡିଛି।ତେବେ ବଳକା ୧୦ ଲକ୍ଷ ଟଂକାରେ ବିଦ୍ୟାଳୟର ପାଠାଗାର,ବିଭିନ୍ନ ପ୍ରକାରର ପୁସ୍ତକ କିଣା,ଇଣ୍ଟରନେଟ ସଂଯୋଗ ଓ ତାଲିମ ଶିବିର ପାଇଁ ଖର୍ଚ୍ଚ କରାଯିବ।
