ଡୁକୁରା ସିଏଚସି ପକ୍ଷରୁ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ଖୁଣ୍ଟା –
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନସ୍ଥ ଡୁକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସପନଚୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରେ ସପନଚୁଆ ସ୍ୱସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଅନୁକୁଲ୍ୟରେ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସୁଶାନ୍ତ ବାରିକ , ପୁରୁଷ ସ୍ୱାସ୍ଥ୍ୟକର୍ମୀ ଭାସ୍କର ଚନ୍ଦ୍ର ବେହେରା , ମହିଳା ସ୍ଵାସ୍ଥ୍ୟ କର୍ମୀ ଶୁଭ୍ରାସୀ ବିନ୍ଧାଣୀ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଏହିପରିପେକ୍ଷିରେ ଡାକ୍ତର ଶ୍ରୀ ବାରିକ ଏହି ଦିବସ ପାଳନର ଉଦ୍ଦେଶ୍ଵ ଅଭିମୁଖ୍ୟ ସଂମ୍ପର୍କରେ ସୁଚାଇଥିଲେ ।
ତମାଖୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ’। ଟିଭି, ପୋଷ୍ଟର, ବ୍ୟାନର ମାଧ୍ୟମରେ ସବୁବେଳେ ତମାଖୁ କ୍ଷତିକାରକ ଗୁଣ ସମ୍ପର୍କରେ ସଚେତନ କରାଯାଏ। ଏହି ସଚେତନତା ଅଭିଯାନକୁ ଆହୁରି ମଜଭୁତ କରିବା ପାଇଁ ପ୍ରତିବର୍ଷ ମେ’ ୩୧ରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଏ। ଏହା ମାଧ୍ୟମରେ ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ସଚେତନ କରାଯାଏ। ତମାଖୁ ଆମ ପାଇଁ କିପରି ସାଂଘାତିକ ହୋଇପାରେ ସେ ବିଷୟରେ ଲୋକଙ୍କୁ କୁହାଯାଏ। ମୁଖ୍ୟତଃ ତମାଖୁ ସେବନ ଦ୍ୱାରା ମାରାତ୍ମକ କର୍କଟ ଓ ହୃତରୋଗ ଏବେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁଛି ବୋଲି ସୁଚାଇବା ସହ ଏହାଦ୍ବାରା ହେଉଥିବା ଅନ୍ୟ ମାରାତ୍ମକ ରୋଗ ଉପରେ ଆଲୋକପାତ କରିଥିଲେ । ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ତମାଖୁ ଭଳିଆ ମାରାତ୍ମକ ଜିନିଷକୁ ତ୍ୟାଗ ପାଇଁ ସଭାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ପରିପେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ କୃର୍ତ୍ତି ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଏବଂ ଶେଷରେ ତମାଖୁ ମୁକ୍ତ ରାଷ୍ଟ୍ର ଗଠନ ପାଇଁ ପ୍ରଧାନ ଶିକ୍ଷକ ସଭିଙ୍କୁ ସତ୍ୟପାଠ କରାଇଥିଲେ ।

Leave A Reply

Your email address will not be published.