mobile header

ନଦୀରୁ ଉଦ୍ଧାର ହେଲା ବ୍ୟକ୍ତିଙ୍କ ମୃତଦେହ

ଖୁଣ୍ଟା –
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ବାଙ୍ଗରା ଗ୍ରାମର ନଦୀରୁ ଏକ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ସେହି ଗ୍ରାମର ଶିବପ୍ରସାଦ କାର୍ଜୀ (୪୭) ବୋଲି ଜଣାପଡ଼ିଛି । ମଙ୍ଗଳବାର ମଧ୍ଯାହ୍ନ ସମୟରେ ସେ ଗ୍ରାମ ନିକଟସ୍ଥ ଆରିକୁଳ ନଦୀ କୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଦୀର୍ଘ ସମୟ ଧରି ଶିବପ୍ରସାଦ ଘରକୁ ଫେରି ନ ଥିବା ଦେଖି ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା । ମାତ୍ର ଅପରାହ୍ନ ସମୟରେ ଶିବପ୍ରସାଦଙ୍କର ଶରୀର ବାଙ୍ଗରା ନଦୀ ପାଣିରେ ଭାସୁଥିବା ଗ୍ରାମବାସୀମାନେ ଦେଖିବାକୁ ପାଇ ପରିବାରବର୍ଗଙ୍କୁ ଖବର ଦେବା ସହ ତାଙ୍କୁ ଉଦ୍ଧାର କରିଥିଲେ । ଏବଂ ଶିବ ପ୍ରଶାସଦଙ୍କୁ ଡୁକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସୁଚନା ପାଇ ଖୁଣ୍ଟା ପୋଲିସ ଚିକିତ୍ସା କେନ୍ଦ୍ରରେ ପହଞ୍ଚି ମରଶରୀରଟିକୁ ଜବତ କରି କେସ ନମ୍ବର ୨୯ / ୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ଘଟଣାର ତଦନ୍ତ ଜାରି ରଖିଛି । ତେବେ ସେ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ପରିବାରବର୍ଗ ପ୍ରକାଶକରିଛନ୍ତି ।

Leave A Reply

Your email address will not be published.