mobile header

ଦୁଇଟି ୧୨୦ ମ୍ୟାନ ବ୍ୟରେକ୍ ଓ ଗୋଟିଏ ଟ୍ରାଞ୍ଜିଟ୍ ହାଉସ୍ ଗୃହ ଉଦଘାଟିତ

ଆଜି ସପ୍ତମ ବାଟାଲିୟନ ପରିସର ଭିତରେ ଦୁଇଟି ୧୨୦ ମ୍ୟାନ ବ୍ୟରେକ୍ ଓ ଗୋଟିଏ ଟ୍ରାଞ୍ଜିଟ୍ ହାଉସ୍ ଗୃହକୁ ମାନ୍ୟବର ପୋଲିସ କମିଶନର ଶ୍ରୀଯୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅତିରିକ୍ତ ପୋଲିସ କମିଶନର ଡାକ୍ତର ଉମାଶଙ୍କର ଦାସ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଭୁବନେଶ୍ୱର ଡିସିପି ପର୍ତିକ୍ ସିଂ, ଡିସିପି ଆର୍ମ୍ଡ ବିଜୟ କୁମାର ସାହୁ, ହାବିଲଦାର ଓ ସିପାହୀ ସଂଘର ସଭାପତି ବିନୋଦ କୁମାର ବଳ ପ୍ରମୁଖ ଉପସ୍ଥିତ ଥିଲେ। ହାବିଲଦାର ଓ ସିପାହୀ ସ°ଘର ଅନୁରୋଧ କ୍ରମେ କୋଭିଡ ଯୋଦ୍ଧା ଶହୀଦ ହେମନ୍ତ କୁମାର ପ୍ରଧାନଙ୍କ ନାମାନୁସାରେ ଗୋଟିଏ ବ୍ୟାରେକର ନାମାଙ୍କରଣ କରାଗଲା। ଏଥିରେ ହେମନ୍ତଙ୍କ ପତ୍ନୀ ଓ ପୁତ୍ର ଉପସ୍ଥିତ ଥିଲେ।ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ପୋଲିସ ମାନଙ୍କର ଅସୁବିଧା ସମୟରେ ଟ୍ରାଞ୍ଜିଟ୍ ହାଉସ ବହୁ କାମରେ ଆସିବ ବୋଲି ସିପି କହିଥିଲେ।

Leave A Reply

Your email address will not be published.